ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରାହୁଲ ବିଷ ଉଗାଳିଲେ ଏମିତି

ନୂଆଦିଲ୍ଲୀ: ବିଜେପି ବିରୋଧରେ ରଣ ହୁଙ୍କାର ଦେଇଛି କଂଗ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକାକୀ ଭାରତର ଭାରତର ଅର୍ଥ ବ୍ୟବସ୍ଥାକୁ ଧ୍ୱଂସମୁଖକୁ ଠେଲି ଦେଇଛନ୍ତି ବୋଲି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ନୂଆଦୀଲ୍ଲିର ରାମଲୀଲା ମଇଦାନରେ କଂଗ୍ରେସ ପକ୍ଷରୁ ଆୟୋଜିତ ବିଶାଳ ରାଲିରେ ଏମିତି କହିଛନ୍ତି ରାହୁଲ । ରାହୁଲ କହିଛନ୍ତି ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ହଠାତ୍ ନୋଟ୍‌ବନ୍ଦୀ ପଦକ୍ଷେପ ନେଇ ଦେଶର ଅର୍ଥନୀତିକୁ ରସାତଳକୁ ଠେଲିଛନ୍ତି । କଳାଧନ ବିରୋଧରେ ଏହା ସଂଗ୍ରାମ ଥିଲା ବୋଲି କହି ମୋଦି ଆପଣମାନଙ୍କୁ ଭୂଆଁ ବୁଲେଇଛନ୍ତି ବୋଲି ଉପସ୍ଥିତ ଜନତାକୁ ରାହୁଲ ବୁଝାଇଛନ୍ତି । 

ସମୟ ଥିଲା ଦେଶର ଆର୍ଥିକ ଅଭିବୃଦ୍ଧି ୯ ପ୍ରତିଶତ ଥିଲା  । ଏହା ଏବେ ୪ ପ୍ରତିଶତକୁ ଖସିଛି । ଏଥିପାଇଁ କେବଳ ମୋଦି ହିଁ ଦାୟୀ ବୋଲି ରାହୁଲ କହିଛନ୍ତି।

ମୋଦି ସରକାରଙ୍କ ନାଗରିକତା ସଂଶୋଧନ ବିଲକୁ କଂଗ୍ରେସ ବିରୋଧ କରିଛି । ଦେଶରେ ଲାଗିରହିଥିବା ମାନ୍ଦାବସ୍ଥା , ନାରୀମାନଙ୍କ ପ୍ରତି ବଢ଼ିଥିବା ହିଂସା ଆଉ ନିର୍ଯାତନା ଘଟଣା ପ୍ରତିବାଦରେ ମଧ୍ୟ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଛି । 

ବହୁ କଳା ବେଲୁନ ଆକଶ ମାର୍ଗକୁ ଉଡ଼ାଯାଇ ବିଜେପି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି ।

ଏହି ରାଲିରେ ରାହୁଲ ଗାନ୍ଧୀଙ୍କ ସମେତ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଆଉ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ପ୍ରମୁଖ ଯୋଗ ଦେଇଛନ୍ତି । କଂଗ୍ରେସର ବହୁ ଆଗ ଧାଡ଼ିର ବହୁ ପୁରୁଖା ନେତା, କଂଗ୍ରେସ ଶାସିତ ରାଜ୍ୟମାନଙ୍କର ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ରାଲିରେ ଯୋଗ ଦେଇ ବିଜେପିର ଜନବିରୋଧୀ ଆଉ ଦେଶବିରୋଧୀ ନୀତିର ସମାଲୋଚନା କରିଥିଲେ ।

Leave a Reply