ହାଇଦରକୁ ସହାୟତା କରୁଥିଲା ପୋଲିସ

1 min read
Police Helped Hyder To Escape From SCB

କଟକ: ଗ୍ୟାଙ୍ଗଷ୍ଟର ହାଇଦର ଏସସିବିରୁ ଫେରାର୍ ହେବା ଘଟଣା ବହୁ ତଥ୍ୟକୁ ସାମ୍ନାକୁ ଆଣୁଛି । ଚିକିତ୍ସା ନାଁରେ ଏସସିବିରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର କେମିତି ମଉଜ କରୁଥିଲା ଗୋଟିଏ ପରେ ଗୋଟିଏ କରି ପଦାକୁ ଆସୁଛି । ଏକାଧିକ ରୋଗରେ ପୀଡ଼ିତ ହାଇଦର ବାହାରୁ ବିରିୟାନି ମଗାଇ ଖାଉଥିଲା । ସେ ଏକା ଖାଉନଥିଲା ବରଂ ହାଇଦରକୁ ଜଗି ରହିଥିବା ପୋଲିସ କର୍ମଚାରୀ ବିରିୟାନୀ ବି ଖାଉଥିଲେ ।

ହାଇଦର ଫେରାର୍ ହେବା ପରେ ଏସବୁ ଗୋଟି ଗୋଟି କରି ସାମ୍ନାକୁ ଆସୁଛି । ଏସସିବିରୁ ହାଇଦର ଖସି ପଳାଇବା ଘଟଣାରେ ମଙ୍ଗଳାବାଗ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ହାଇଦର ଫେରାର୍ ଦିନ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା କନେଷ୍ଟବଳ ମହମ୍ମଦ ମୌସିମ ଓ ଜେଲ୍ ୱାର୍ଡର ଶିବ ନାରାୟଣ ନନ୍ଦଙ୍କୁ ଗିରଫ ପରେ କଟକ ଡିସିପି ସୁରକ୍ଷା ବ୍ୟବସ୍ଥାରେ ଥିବା ଛିଦ୍ର ଖୋଲିଛନ୍ତି ।

Police Helped Hyder To Escape From SCB

କନେଷ୍ଟବଳ ମହମ୍ମଦ ମୌସିମ୍ ଓ ଜେଲ୍ ୱାର୍ଡର କର୍ତ୍ତବ୍ୟରେ ଗୁରୁତର ଅବହେଳା କରିଥିବା ପ୍ରମାଣ ମିଳିଥିବା କଟକ ଡିସିପି ସୂଚନା ଦେଇଛନ୍ତି । ହାଇଦର ଜେଲ ୱାର୍ଡର ଶିବ ନାରାୟଣ ନନ୍ଦର ଫୋନ୍ ବାରମ୍ବାର କରିଥିବା ତଦନ୍ତ ବେଳେ ଜଣାପଡ଼ିଛି । ସେହିଭଳି କନେଷ୍ଟବଳ ମହମ୍ମଦ ମୌସିମ ହାଇଦର ଠାରୁ ବିରିୟାନି ଖାଇଥିବା ସ୍ପଷ୍ଟ ହୋଇଛି । ତେବେ ଖାଦ୍ୟରେ ନିଶା ଦ୍ରବ୍ୟ ଥିଲା କି ନାହିଁ ସେ ନେଇ ସାଇନଣ୍ଟିଫିକ ଟିନ୍ ତଦନ୍ତ କରୁଛି । ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଡିସିପି କହିଛନ୍ତି ।

ଅନ୍ୟପଟେ ହାଇଦର କୋଭିଡ୍ ପଜିଟିଭ୍ ଥିବାରୁ ରିମାଣ୍ଡ ଅନୁମତି ସତ୍ତ୍ୱେ ପୋଲିସ ଜେରା କରିପାରିନାହିଁ । ହାଇଦର କୋଭିଡରୁ ସୁସ୍ଥ ହେବା ପରେ ପୋଲିସ ସାନି ରିମାଣ୍ଡ ଆବେଦନ କରି ହାଇଦରକୁ ଜେରା କରିବ । ପଚରାଉଚରା ପରେ ଜଣାପଡ଼ିବ ଗ୍ୟାଙ୍ଗଷ୍ଟରର ଚିକିତ୍ସା, ଫେରାର୍ ଗ୍ୟାଙ୍ଗର ଗହନ କଥା ।

ଏଥିସହ ପଢ଼ନ୍ତୁ- ହାଇଦର ଫେରାର୍ ମାମଲା, ଡ୍ୟୁଟିରେ ଥିବା କନେଷ୍ଟବଳ ସହ ଆଉ ଜଣେ ଗିରଫ

Leave a Reply