ମୁଖ୍ୟମନ୍ତ୍ରୀଙ୍କ ପରେ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋକିଓ ଅଲିମ୍ପିକ୍ସରେ ଦେଶର ପ୍ରତିନିଧିତ୍ୱ ନେବାକୁଥିବା କ୍ରୀଡ଼ାବିତଙ୍କ ସହ କଥା ହୋଇଛନ୍ତି । ଏହି କ୍ରମରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବା ଓଡ଼ିଆ ଦୌଡ଼ ରାଣୀ ତଥା ଭାରତୀୟ ସ୍ପ୍ରିଣ୍ଟର ସ୍ପ୍ରିଣ୍ଟର ଦୂତି ଚାନ୍ଦଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି । ଦୂତୀଙ୍କ ସମେତ ତୀରନ୍ଦାଜ ଦୀପିକା କୁମାରୀ, ପ୍ରବୀଣ ଯାଦବ, ଜାଭେଲିନ୍ ତାରକା ନୀରଜ ଚୋପ୍ରା, ମୁଷ୍ଠିଯୋଦ୍ଧା ଆଶିଷ କୁମାରଙ୍କ ସହ ମଧ୍ୟ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି  ।

ଦୂତୀ ଚାନ୍ଦ ଅଲିମ୍ପିକରେ ୧୦୦ ଏବଂ ୨୦୦ ମିଟର ଦୌଡରେ ଦେଶର ପ୍ରତିନିଧିତ୍ୱ କରିବେ। ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ ଚାନ୍ଦ ରାଙ୍କକୁ ଆସିବାବେଳେ ସମ୍ମୁଖୀନ ହୋଇଥିବା କଠିନ ଆହ୍ୱାନ ବିଷୟରେ କହିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ କହିଥିଲେ ଯେ, ସାରା ଦେଶ ତାଙ୍କୁ ଟୋକିଓରେ ପୋଡିୟମ ଶେଷ କରୁଥିବାର ଦେଖିବାକୁ ଚାହୁଁଛି ।

ନିକଟରେ ଦୂତୀ ଇଣ୍ଡିଆନ ଗ୍ରାଣ୍ଡ ପ୍ରିକ୍ସ୪ର ୧୦୦ ମିଟର ଇଭେଣ୍ଟକୁ ୧୧.୧୭ ସେକେଣ୍ଡ ଅତିକ୍ରମ କରି ନିଜର ପୂର୍ବ ରେକର୍ଡକୁ କାଟିଦେଇଥିଲେ । ସେ ମାତ୍ର ୦.୦୨ ସେକେଣ୍ଡ ପାଇଁ ସେ ଅଳ୍ପକେ ସିଧାସଳଖ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିପାରିନଥିଲେ । ତେବେ ନିଜର ବିଶ୍ୱ ମାନ୍ୟତା ଅନୁସାରେ ସେ ଅଲିମ୍ପିକ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଅପରପକ୍ଷରେ ଗତ କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଓଡ଼ିଆ ଖେଳାଳିଙ୍କ ସହ କଥା ହୋଇଥିଲେ । ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ପଦକ ପାଇଁ ପୁରସ୍କାର ଘୋଷଣା କରିଥିଲେ । ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ୬ କୋଟି, ରୌପ୍ୟ ଜିତିଲେ ୪ କୋଟି ଓ ବ୍ରୋଞ୍ଜ ଜିତିଲେ ୨ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଘୋଷଣାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯିବା ସହ ଏହା ଖେଳାଳିଙ୍କ ମନୋବଳ ବଢ଼ାଇବ ବୋଲି କ୍ରୀଡ଼ାବିତ କହିଛନ୍ତି ।

Leave a Reply