ଗୋଟିଏ ପାଇପ ପାଇଁ ବିଲ୍ ୪ଲକ୍ଷ !

1 min read

ଆମେ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଛୁ ଅନେକ ଜିନିଷ । ଭିନ୍ନ ଭିନ୍ନ ଯନ୍ତ୍ରପାତି ଦ୍ୱାରା ମଧ୍ୟ ଆମେ ଘେରା ହେଇଛୁ । ଆଉ ସେହି ସବୁ ଜିନିଷ ବ୍ୟବହାର କରିବା ସମୟରେ ବେଳେ ବେଳେ ଖରାପ ମଧ୍ୟ ହୋଇଯାଏ । ଏବଂ ଖରାପ ହୋଇଯାଇଥିବା ଜିନିଷକୁ ସଜାଡିବା ପାଇଁ ଆମକୁ ଏକ ମିସ୍ତ୍ରୀର ଆବଶ୍ୟକତା ମଧ୍ୟ ପଡିଥାଏ । ସେମାନେ ତାଙ୍କ କାମ ହିସାବରେ ପାରିଶ୍ରମିକ ମଧ୍ୟ ନିଅନ୍ତି ।

ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଜଣେ ଖାସ୍ ପାଇପ ମିସ୍ତ୍ରୀଙ୍କର କାମର ବିଲ୍ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରିଟେନରେ ଜଣେ ପ୍ଲମ୍ବର ନିଜର ମନମୁଖୀ ବିଲ୍ ପାଇଁ ଏବେ ଚର୍ଚ୍ଚାରେ । ତାଙ୍କ ଦ୍ୱାରା ବନାଯାଇଥିବା ବିଲ୍ ସବୁଠି ଭାଇରାଲ୍ ହେଉଛି । ଗୋଟିଏ ଭଙ୍ଗା ପାଇପକୁ ସଜାଡିବା ପାଇଁ ସେ ୪ଲକ୍ଷ ଟଙ୍କା ବିଲ୍‌ରେ ଲେଖିଛନ୍ତି । ବିଲ୍ ଟି ଏଶ୍ଲୋ ଡଗଲସ ନାମକ ଜଣେ ଛାତ୍ରଙ୍କ ନାଁରେ କରାଯାଇଛି । ୨୩ବର୍ଷିୟ ଏଶ୍ଲୋ ,ହେଣ୍ଟସରେ ରୁହନ୍ତି ।

ଛାତ୍ର ଜଣକଙ୍କ କହିବା ଅନୁସାରେ ତାଙ୍କ ରୋଷେଇ ଘରେ ପାଣି ଭର୍ତି ହୋଇଯାଇଥିଲା । ସିଙ୍କରେ ଲାଗିଥିବା ପାଇପ ଫାଟିଯିବା କାରଣରୁ ଏହିଭଳି ଘର ଭିତରେ ପାଣି ବୋହି ଜମା ହୋଇଯାଇଥିଲା । ଏହା ଦେଖି ସେ ତୁରନ୍ତ ଏମ୍ ପିଏମ୍ ପ୍ଲମ୍ବର ସର୍ଭିସକୁ କଲ୍ କରିଥିଲେ । ସେଠାରୁ ସର୍ଭିସ୍ ଦେବା ପାଇଁ ପ୍ଲମ୍ବର ମେହଦୀ ପେରୋବୀ ଆସିଥିଲେ । ଛାତ୍ର ଜଣଙ୍କ ଆହୁରୀ ମଧ୍ୟ କହିଛନ୍ତି ଯେ- ପ୍ଲମ୍ବର ତାଙ୍କ ଘରେ ପହଂଚିବା ପରେ ସେ ତାଙ୍କୁ ତାଙ୍କ କାମର ପାରିଶ୍ରମିକ କେତେ ବୋଲି ପଚାରିଥିଲେ? କିନ୍ତୁ ପ୍ଲମ୍ବର ମେହଦୀ ପେରୋବୀ ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ କାମରେ ଲାଗିଯାଇଥିଲେ । ଆଉ କାମ ସରିବା ପରେ ସେହି ପ୍ଲମ୍ବର ଜଣକ ୩୯୦୦ ପାଉଣ୍ଡର ବିଲ୍ ବନାଇଥିଲେ । ବିଲ୍ ଦେଖିବା ପରେ ସେ ସଂମ୍ପୂର୍ଣ୍ଣ ରୂପେ ଆଶ୍ଚର୍ଯ୍ୟ ହୋଇଯାଇଥିଲି ।

କାହିଁକି ନା ସେହି ପ୍ଲମ୍ବର ଜଣଙ୍କ ଏତେ ମୋଟା ଅଙ୍କର ଟଙ୍କା ତୁରନ୍ତ ହିଁ ମାଗୁଥିଲେ । ଏହି ଘଟଣାରେ ପ୍ଲମ୍ବରଙ୍କର କହିବା କଥା ଯେ ତାଙ୍କ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ପାଇଁ ୪ ଲକ୍ଷ କଣ ୧କୋଟି ଟଙ୍କା ପର୍ଯ୍ୟନ୍ତ ମଧ୍ୟ ସେ ଚାର୍ଜ କରିପାରିବେ । କିନ୍ତୁ ଏମ୍ ପିଏମ୍ ପ୍ଲମ୍ବର ସର୍ଭିସ ଏହି ଘଟଣାକୁ ନେଇ କହିଛନ୍ତି ଯେ- ସାଧାରଣତଃ ଏହିଭଳି ମରାମତିରେ ୨୫୦ ପାଉଣ୍ଡ ଅର୍ଥାତ ୨୫ହଜାର ଭିତରେ ହୋଇଯାଏ । ହେଲେ ଛାତ୍ରଟି ପାଖରୁ ଟଙ୍କା ହଡପ କରିବା ପାଇଁ ଏହି ପ୍ଲମ୍ବର ଜଣଙ୍କ ଏମିତି କହିଛନ୍ତି । ଏହି ମାମଲାରେ ଏବେ ଛାତ୍ର ଜଣଙ୍କ ପୋଲିସଙ୍କ ପାଖରେ ଅଭିଯୋଗ କରିଛନ୍ତି ।

Leave a Reply