ପଥୋତ୍ସବ ମଜା: ଦୁଲୁକୁଛି ରାଜଧାନୀ ରାସ୍ତା

ଭୁବନେଶ୍ବର: ରବିବାର ଶୀତୁଆ ସକାଳ । ରାଜଧାନୀରେ ମନୋରଞ୍ଜନର ମାହୋଲ । ରାସ୍ତାରେ ଜମିଛି ପଥୋତ୍ସବର । ଛୁଟି ଦିନରେ ଝୁମୁଛନ୍ତି ରାଜଧାନୀବାସୀ । ସ୍ମାର୍ଟସିଟି ରାସ୍ତାରେ ଚାଲିଛି ଧୁମ ମସ୍ତି । ଏଥରର ପଥୋତ୍ସବ ଏକାମ୍ର ନିର୍ବାଚନ ମଣ୍ଡଳୀର ରଥ ରୋଡ୍‌ରେ ହେଉଛି ।

ସକାଳୁ ସକାଳୁ ପଥୋତ୍ସବର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା । ରାସ୍ତା ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । କିଏ ଝୋଟି ପକାଉଛି ଆଉ କିଏ ନାଚୁଛି । ପୁଣି ଆଉ କିଏ ଖେଳି ବୁଲି ମଜା କରୁଛି ।

ସକାଳ ଓ ନନ୍ଦିଘୋଷ ଟିଭି ଷ୍ଟଲରେ ଭିଡ଼

ପଥୋତ୍ସବରେ ଦୈନିକ ଖବର କାଗଜ ସକାଳ ଓ ନନ୍ଦିଘୋଷ ଟିଭିର ଷ୍ଟଲ ଲାଗିଥିଲା । ଏଥିରେ ନାଚ, ଗୀତ ମଉଜମସ୍ତି ସାଙ୍ଗକୁ ଆୟୋଜିତ ହୋଇଥିଲା କୁଇଜ ପ୍ରତିଯୋଗିତା । ଉତ୍ସବରେ ଲୋକଙ୍କୁ ତାଜା ଖବର ସହ ଅପଡେଟ୍ କରିଥିଲା ସକାଳ ଓ ନନ୍ଦିଘୋଷ ଟିଭି । ବିଭିନ୍ନ ବର୍ଗଙ୍କ ମଧ୍ୟରେ ନାଚଗୀତ, କୁଇଜ ସହ ଏକାଧିକ ପ୍ରତିଯୋଗିତା ହୋଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସାଧାରଣ ଲୋକଙ୍କୁ ପୁରସ୍କୃତ କରାଯାଇଛି ।