ଛାତ୍ରୀମାନଙ୍କ ସ୍ୱାର୍ଥରେ ନୀତୀଶ ସରକାରର ବଡ଼ ନିଷ୍ପତ୍ତି

ପାଟନା: ବିହାରର ଝିଅମାନଙ୍କ ଏକ ବଡ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା କ୍ରୀଡା ବିଶ୍ୱବିଦ୍ୟାଳୟରେ ନାମଲେଖାରେ ଏକ ତୃତୀୟାଂଶ ସିଟ୍ ସଂରକ୍ଷଣ କରିବାକୁ ଘୋଷଣା କରିଛନ୍ତି ନୀତୀଶ। ଏହି ନିଷ୍ପତି ନେବା ସମୟରେ ସେ କହିଛନ୍ତି ଯେ, ଏମିତି କରିବା ଦ୍ୱାରା ବିଦ୍ୟାର୍ଥୀମାନେ କ୍ରୀଡା ପ୍ରତି ଅଧିକ ଉତ୍ସାହିତ ହେବେ ଏବଂ ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସହିତ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଆସିବ । ଏବଂ ବିଦ୍ୟାର୍ଥୀମାନେ ଉନ୍ନତ ପ୍ରଶିକ୍ଷଣ ପାଇବେ ।

ସୂଚନା ଅନୁସାରେ, ଭିଡିଓ କନଫରେନ୍ସିଂ ମାଧ୍ୟମରେ କ୍ରୀଡା ବିଶ୍ୱବିଦ୍ୟାଳୟ ସହ ଜଡିତ ପ୍ରସ୍ତାବିତ ବିଲ୍ ପ୍ରସ୍ତୁତିକରଣକୁ ଦୃଷ୍ଟିରେ ରଖି ମୁଖ୍ଯମନ୍ତ୍ରୀ ନୀତୀଶ ବୁଧବାର ଏହି ନିର୍ଦ୍ଦେଶ ଦେଇଛନ୍ତି। ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଶୀଘ୍ର, ପୁଙ୍ଖାନୁପୁଙ୍ଖ ବିଚାର ଏବଂ ସ୍ଥାନ ପରିଦର୍ଶନ ପରେ ପୁନର୍ବାର ଏହାକୁ ପ୍ରସ୍ତୁତ କରାଯାଉ । ସେ କହିଛନ୍ତି ଯେ ଯେବେଠୁ କାର୍ଯ୍ୟ କରିବାର ସୁଯୋଗ ମିଳିଛି, ଅନେକ ବିକାଶମୂଳକ କାର୍ଯ୍ୟ କରିବା ସହିତ କ୍ରୀଡାକୁ ପ୍ରୋତ୍ସାହନ କରିବା ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି।

ଏହାସହ ନୀତୀଶ କୁମାର କହିଛନ୍ତି ଯେ, ରାଜଗିରରେ ଏକ ଆନ୍ତର୍ଜାତୀୟ ସ୍ତରର କ୍ରିକେଟ୍ ଷ୍ଟାଡିୟମ୍ ନିର୍ମାଣ କରାଯାଉଛି। ରାଜଗିରିରେ କ୍ରୀଡା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସହିତ ରାଜ୍ୟକୁ କ୍ରୀଡା କ୍ଷେତ୍ରରେ ଅନେକ ସଫଳତା ମିଳିବ । ଏହାସହ ବିଦ୍ୟାର୍ଥୀମାନଙ୍କୁ ଉନ୍ନତ ପ୍ରଶିକ୍ଷଣ ଦିଆଯିବ ଏବଂ କ୍ରୀଡ଼ାର ବିଭିନ୍ନ ଦିଗ ବିଷୟରେ ସୂଚନା ଦିଆଯିବ ।

Leave a Reply