ସଂସଦ ସୁରକ୍ଷାରେ ତ୍ରୁଟି ମାମଲା; ରିମାଣ୍ଡରେ ଗଲା ମୁଖ୍ୟ ଅଭିଯୁକ୍ତ ଲଳିତ ଝା

ନୂଆଦିଲ୍ଲୀ: ସଂସଦ ସୁରକ୍ଷାରେ ତ୍ରୁଟି ମାମଲା। ମୁଖ୍ୟ ଅଭିଯୁକ୍ତ ଲଳିତ ଝାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ । ଅନେକ ଦିନରୁ ଲଳିତ ଏହି ଯୋଜନା କରୁଥିଲେ । ସାଗର ଓ ମନୋରଞ୍ଜନ ଲୋକସଭା ଭିତରକୁ ପ୍ରବେଶ କରିପାରିନଥିଲେ ତାଙ୍କ ପାଖରେ ପ୍ଲାନ ବି ମଧ୍ୟ ଥିଲା। ଯାହା ପୋଲିସ ଆଗରେ ସ୍ବୀକାର କରିଛି ମାଷ୍ଟର ମାଇଣ୍ଡ ଲଳିତ ଝା।

ଏପଟେ ଘଟଣାରେ ମହେଶ ଓ କୈଳାଶ ନାମକ ଆଉ ୨ ବ୍ୟକ୍ତି ଅଟକ। ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ସେଲ ଏହି ଦୁଇ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗିରଫ ୫ ଅଭିଯୁକ୍ତଙ୍କ ସହ ଏହି ଦୁଇ ବ୍ୟକ୍ତିଙ୍କ ସମ୍ପର୍କ ଥିବା ଜଣାପଡିଛି । ଗତକାଲି ରାତିରେ ମାଷ୍ଟରମାଇଣ୍ଡ ଲଳିତ ଝା ଦିଲ୍ଲୀର କର୍ତ୍ତବ୍ୟ ପଥ ଥାନାରେ ଆତ୍ମସମର୍ପଣ କରିଥିଲା । ଆତ୍ମସମର୍ପଣ ପରେ ଲଳିତକୁ ଗିରଫ କରିଥିଲା ପୋଲିସ।

ଲଳିତକୁ କର୍ତ୍ତବ୍ୟପଥ ପୋଲିସ ଟିମ ପରଚାଉଚରା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ହସ୍ତାନ୍ତର କରିଛି । ଜଣେ ବରିଷ୍ଠ ଡିଜିପି ପାହ୍ୟାର ଅଧିକାରୀଙ୍କ ନେତ୍ବତ୍ବରେ ଏକ ଯାଞ୍ଚ କମିଟି ଗଠନ କରାଯାଇଛି । ଏହି ଟିମ୍ ୧୦ରୁ ୧୫ ଦିନ ମଧ୍ୟରେ ଲୋକସଭା ବାଚସ୍ପତିଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିବେ । ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏବେ ଲୋକସଭାର ୮ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରାଯାଇଛି ପୂର୍ବରୁ ଗିରଫ ହୋଇଥିବା ୪ ଜଣଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଅଭିଯୁକ୍ତଙ୍କୁ ଆତଙ୍କବାଦୀ ନିରୋଧ ଆଇନ, ୟୁଏପିଏ ଅଧୀନରେ ଗିରଫ କରାଯାଇଛି । ଅପରାଧିକ ଷଡ଼ଯନ୍ତ୍ର ପରି ସଂଗୀନ ଦଫା ମଧ୍ୟ ଲାଗିଛି । ଘଟଣାର ପାଞ୍ଚ ଅଭିଯୁକ୍ତ ହେଲେ ଲଳିତ ଝା, ସାଗର ଶର୍ମା, ମନୋରଂଜନ, ନୀଲମ ଏବଂ ଅମୋଲ।