ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା‘; ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବାକୁ ପରାମର୍ଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚା। ଫାଇନାଲ ଏଗଜାମ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ମୋଦି। ଚିନ୍ତାମୁକ୍ତ ହୋଇ ପରୀକ୍ଷା ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରୀକ୍ଷା ପ୍ରସ୍ତୁତି ପାଇଁ ସମୟ ପରିଚାଳନାକୁ ଗୁରତ୍ବ ଦେବା ନିହାତି ଆବଶ୍ୟକ । ପରୀକ୍ଷାରେ ଯୋଦ୍ଧା ଭାବେ ମୁକାବିଲା କରିବାକୁ କହିଛନ୍ତି ମୋଦି।

ଏହି ସମୟରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ସହ ହସଖୁସିରେ କଥା ହେଉଥିବା ନଜର ଆସିଛି। ଏହି କ୍ରମରେ ଡିପିଏସ୍ ବେଙ୍ଗାଲୁରୁର ଛାତ୍ର ମନନ ମିତ୍ତଲଙ୍କ ସହ ମୋଦିଙ୍କ ବାର୍ତ୍ତାଳାପରେ ହସିବାରେ ଲାଗିଥିଲେ ଉପସ୍ଥିତ ଛାତ୍ରଛାତ୍ରୀ । ମନନ ପ୍ରଶ୍ନ କରିଥିଲେ, ଅନଲାଇନ୍ କ୍ଲାସ୍ ସମୟରେ ଅନେକ ଧ୍ୟାନଭ୍ରଷ୍ଟ କରିବା ଭଳି ସଜେସନ୍ ଆସିଥାନ୍ତି । ଯେମିତିକି ଗେମିଂ… । ଏହି ସମୟରେ ମୋଦି କହିଥିଲେ, ତୁମେ କ’ଣ ଜଣେ ଛାତ୍ର? ଏହାପରେ ସମସ୍ତେ ହସିବାରେ ଲାଗିଥିଲେ ।

କାରଣ ମନନଙ୍କ ମୁଣ୍ଡରେ ଚୁଟି ନଥିବା ବେଳେ ସେ ବୟସରେ ବହୁତ ବଡ଼ ଦେଖାଯାଉଥିଲେ । ଫଳରେ ପ୍ରଧାନମନ୍ତ୍ରୀ ଏଭଳି ଅଜବ ପ୍ରଶ୍ନ ପଚାରିଥିଲେ ।

ପରୀକ୍ଷା ସମୟରେ ଚାପମୁକ୍ତ ଓ ପ୍ରସ୍ତୁତି ନେଇ ଟିପ୍ସ ଦେଇଛନ୍ତି। ନିଜ ଲକ୍ଷ୍ୟ ପ୍ରତି ସର୍ବଦା ଧ୍ୟାନ ଦେଦାକୁ କହିଛନ୍ତି। ଚାପର ବଶବର୍ତ୍ତୀ ହୋଇ ଲକ୍ଷ୍ୟରୁ ବିଚ୍ୟୁତ ନହେବାକୁ ପରାମର୍ଶ ଦେଇଛନ୍ତି। ଏହାସହ (ସମୟର ସଦୁପଯୋଗ) ଟାଇମ୍‌‌ ମ୍ୟାନେଜମେଣ୍ଟ ପ୍ରତି ଯତ୍ନଶୀଳ ହେବା ଗୁରୁତ୍ୱପୂର୍ଣ୍ଣ। ଏହିପରି ଭାବେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ଭାଗରୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଲାଗି ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ ।