ଇମ୍ରାନଙ୍କ ସମ୍ବେଦନ ହୀନ ମନ୍ତବ୍ୟ, ଦେଶରେ ବିରୋଧ

1 min read

ଇସଲାମାବାଦ: ଭାରତର ଅନ୍ତରୀଣ ବ୍ୟାପାରରେ ମୁଣ୍ଡ ଖେଳାଉଥିବା ପାକିସ୍ତାନ ଏବେ ନିଜ ସମସ୍ୟା ସମ୍ଭାଳିବାରେ ଫେଲ ମାରିଛି । ଖୋଦ ପାକ୍ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ଏବେ ସମଗ୍ର ଦେଶରେ ନିଆଁ ଲଗାଇଛି । ଏକ ଟିଭି ଚ୍ୟାନେଲର ସାକ୍ଷାତକାରରେ ଇମ୍ରାନ ଖାନଙ୍କୁ ପ୍ରଶ୍ନ ଥିଲା, ଦେଶର ଗରିବୀ ଲୋକେ କାହିଁକି ଆତ୍ମହତ୍ୟା କରୁଛନ୍ତି ? ଏହି ପ୍ରଶ୍ନର ସିଧା ସିଧା ଉତ୍ତର ରଖି ପ୍ରଧାନମନ୍ତ୍ରୀ କହିଥିଲେ, ‘ଏବେ କଣ କରିବି’ ।

ପାକ୍ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପ୍ରସାରଣ ହେବା ମାତ୍ରେ, ସମଗ୍ର ଦେଶରେ ପ୍ରକାଶ ପାଇଛି ପ୍ରତିକ୍ରିୟା । ଖୋଦ ନିଜ ଦେଶରେ ଇମ୍ରାନଙ୍କ ବିରୋଧରେ ବାହାରିଛନ୍ତି ସାଧାରଣ ଜନତା । ସାକ୍ଷାତକାରରେ ଉପସ୍ଥାପିକା ପ୍ରଶ୍ନ କରିଥିଲେ, ଆପଣ ୨ ଲକ୍ଷ ଟଙ୍କା ଦରମା ପାଇବା ପରେ ଯଦି ଚଳିବାରେ ଅସୁବିଧା ହେଉଛି, ତେବେ ୧୭-୧୮ ହଜାର ରୋଜଗାର କରୁଥିବା ସାଧାରଣ ଲୋକେ କିପରି ଚଳିବେ ?

ତେଣୁ ସଠିକ ଭାବେ ଚଳିପାରୁନଥିବା ଗରିବୀ ଲୋକେ ଏଥିପାଇଁ ଜୀବନ ହାରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ଉପସ୍ଥାପିକା । ଗରିବୀ ଲୋକେ ଏପରି କଲେ, ଏବେ କଣ କରିବି ? ଏବେ କଣ କରିପାରିବି ମୋତେ କୁହ ବୋଲି ଓଲଟା ପ୍ରଶ୍ନ କରିଥିଲେ ଇମ୍ରାନ ଖାନ । ଖୋଦ ପ୍ରଧାନମନ୍ତ୍ରୀ ଦେଶର ନାଗରିକଙ୍କ ପ୍ରତି ଏଭଳି ସମ୍ବେଦନ ହୀନ ମନ୍ତବ୍ୟ ଦେବାକୁ ନାପସନ୍ଦ କରପାଯାଇଛି । ଏହା ଇମ୍ରାନ କ୍ଷମା ପ୍ରାର୍ଥନା କରିବାକୁ ବିରୋଧି ଦଳମାନେ ଦାବି କରିଛନ୍ତି ।

Leave a Reply