ହେଲିକପ୍ଟରରେ ଆସୁଛି ପୋଲିସ, ବନ୍ଧାହେବେ ଇମ୍ରାନ

1 min read

ଇସଲମାବାଦ: ଇମ୍ରାନ ଖାନଙ୍କୁ ଆଜି ବାନ୍ଧିଦେବ କି ପୋଲିସ । ଇମ୍ରାନଙ୍କ ନାଁରେ ବୁଲୁଛି ଗିରଫ ବିହୀନ ପରୱାନା । ଆଜି ପିଟିଆଇ ଅଧ୍ୟକ୍ଷ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ପ୍ରସ୍ତୁତ ଇସଲମାବାଦ ପୋଲିସ । ଆଇନକୁ ହାତକୁ ନେଇ ଛନ୍ଦି ହୋଇ ପଡିଥିଲେ ଇମ୍ରାନ । ଆଉ ଏବେ ବାନ୍ଧିବାକୁ ହେଲିକପ୍ଟରରେ ଆସୁଛି ପୋଲିସ । ଇମ୍ରାନ ଖାନଙ୍କ ବାସଭବନ ଅଭିମୁଖେ ଇସଲମାବାଦ ପୋଲିସ । କିଛି ସମୟରେ ପହଁଚି, ହାତକଡ଼ି ପିନ୍ଧାଇବା ନେଇ ଚର୍ଚ୍ଚା ହେଉଛି ।

କଣ ଥିଲା ଇମ୍ରାନଙ୍କ ମାମଲା । କାହିଁକି ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ବାନ୍ଧିବାତୁ ତୟାର ପାକିସ୍ତାନ ପୋଲିସ । ଅଗଷ୍ଟ ୨୦ ତାରିଖ । ଏଫ୍ -୯ ପାର୍କରେ ହେଉଥାଏ ପିଟିଆଇର ବିଶାଳ ରାଲି । ଯୋଗଦେଇଥାଆନ୍ତି ଦଳର ମୁଖ୍ୟ ଇମ୍ରାନ ଖାନ । ଆଉ ଏହି ସଭାରେ ଉଦବୋଧନ ଦେଇ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଜେବା ଚୌଧୁରୀ ଏବଂ ପୋଲିସ ଅଧିକାରୀମାନଙ୍କୁ ଆତଙ୍କିତ କରିବାକୁ ଧମକ ଦେଇଥିବା ଅଭିଯୋଗ ଆସିଥିଲା । ଏନେଇ ଇମ୍ରାନ୍ ଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା । ଆଉ ଯାହାକୁ ନେଇ ଆଇନଦର ଜାଲରେ ଛନ୍ଦି ହୋଇପଡିଥିଲେ ପିଟିଆଇ ଅଧ୍ୟକ୍ଷ । ପୋଲିସ ଅଧିକାରୀ ଏବଂ ନ୍ୟାୟପାଳିକାକୁ ନିଜ କାର୍ଯ୍ୟ କରିବାରେ ଇମ୍ରାନ ବାଧା ଦେଇଥିବା ଅଭିଯୋଗ ହୋଇଥିଲା ।

ଜଣେ ମହିଳା ବିଚାରପତିଙ୍କୁ ଧମକ ଦେବା ଅଭିଯୋଗରେ କ ଅଦାଲତ ଇମ୍ରାନଙ୍କ ବିରୋଧରେ ଜାରି କରିଥିଲେ ଜାମିନ ବିହୀନ ଗିରଫ ପରୱାନା । ମିଳିଥିବା ସୂଚନା ମୁତାବକ ଇମ୍ରାନଙ୍କୁ ଗିରଫ କରିବା ପାଇଁ ବସିଥିଲା ଉଚ୍ଚ ସ୍ତରୀୟ ମିଟିଙ୍ଗ । ଯେଉଁଥିରେ ଉପସ୍ଥିତ ରହିଥିଲେ ପାକିସ୍ତାନର ବରିଷ୍ଠ ପୋଲିସ ଅଧିକାରୀ । ଇମ୍ରାନଙ୍କୁ ଗିରଫ କରିବା ନେଇ ବୈଠକରେ ଆଲୋଚନା ହୋଇଛି । ଆଉ ଯାହାକୁ ନେଇ ଆକ୍ସନ ମୁଡରେ ପୋଲିସ । ଇମ୍ରାନ ଖାନଙ୍କ ନାଁରେ ଆସିଥିବା ଅଭିଯୋଗକୁ ତୁରନ୍ତ ଗ୍ରହଣ କରାଯାଇଥିଲା । ପାକିସ୍ତାନ ପେନାଲ କୋଡର ଧାରା ୧୮୬, ୧୮୮, ୫୦୪ ଓ ୫୦୪ ଦଫାରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ଇମ୍ରାନଙ୍କୁ ଗିରଫ କରିବା ପାଇଁ ଇସଲମାବାଦରୁ ଲାହୋର ଆସୁଛି ପୋଲିସ । ସ୍ୱତନ୍ତ୍ର ଏକ ହେଲିକପ୍ଟର ଯୋଗେ ଆସୁଛନ୍ତି ପୋଲିସ ଅଧିକାରୀ । ସହଯୋଗ କରିବଲାହୋର ପୋଲିସ । ତେବେ କଣ ଇମ୍ରାନଙ୍କୁ ଗିରଫ କରିବାରେ ସଫଳ ହେବ ପାକିସ୍ତାନ ପୋଲିସ । ଆଗକୁ କଣ ହେବ ପାକିସ୍ତାନର ଉଷ୍ମ ରାଜନୀତି…