ଇମରାନ୍ ଖାନ ଦୋଷୀ ସାବ୍ୟସ୍ଥ, ସଂସଦ ସଦସ୍ୟତା ରଦ୍ଦ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଝଟକା ଲାଗିଛି । ଦୁର୍ନୀତି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ପାକିସ୍ତାନର ନିର୍ବାଚନ କମିଶନ ସର୍ବସମ୍ମତି କ୍ରମେ ନିଆଯାଇଥିବା ଏକ ନିଷ୍ପତ୍ତିରେ ଇମରାନ ଖାନଙ୍କୁ ଅଯୋଗ୍ୟ ଘୋଷିତ କରିଛି । ମୁଖ୍ଯ ନିର୍ବାଚନ କମିଶନ ସିକନ୍ଦର ସୁଲତାନ ରଜାଙ୍କ ଅଧ୍ୟକ୍ଷତାରେ ୪ସଦସୀୟ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛି ।

ରାୟରେ କମିଶନ କହିଛି, ପିଟିଆଇ ଅଧ୍ୟକ୍ଷ ଇମରାନ ଏବେ ନ୍ୟାସନାଲ ଆସେମ୍ବଲିର ସଦସ୍ୟ ନାହାନ୍ତି । ଏଥିସହିତ ଇମରାନ ଖାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କମିଶନ ଆଦେଶ ଦେଇଛି । ଏହି ନିଷ୍ପତ୍ତି ପରେ ନିର୍ବାଚନ କମିଶନ କାର୍ଯ୍ୟାଳୟର ସୁରକ୍ଷା ବୃଦ୍ଧି କରାଯାଇଛି ।