ପୁଞ୍ଚ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଚୀନର ଲିଙ୍କ୍‌, ବର୍ଷକରେ ତିନି ଥର ଉଦ୍ୟମ

1 min read

ଶ୍ରୀନଗର: ଜମ୍ମୁ କାଶ୍ମୀର ପୁଞ୍ଚ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ଚୀନର ଲିଙ୍କ୍‌ ସାମନାକୁ ଆଶିଛି  । PAFF ଓ TRF ଭଳି ପାକିସ୍ତାନୀ ଆତଙ୍କୀ ସଙ୍ଗଠନ ଜମ୍ମୁରେ ଆତଙ୍କବାଦୀ ଆକ୍ରମଣ ସମୟରେ ଚୀନର ହତିଆର, ବଡି ସୁଟ୍‌, କ୍ୟାମେରା ଓ ଯୋଗାଯୋଗର ଡିଭାଇସ ବ୍ୟବହାର କରିଛନ୍ତି  । ଗତ ବର୍ଷକ ମଧ୍ୟରେ ୩ ବଡ ଆତଙ୍କୀ ଆକ୍ରମଣ ହୋଇଛି  । ଚୀନ ଟେକନିକରେ ତିଆରି ସ୍ନାଇପର ଗନ୍‌ର ବ୍ୟବହାର ପାକିସ୍ତାନ ଆତଙ୍କବାଦୀ କରୁଥିବା ଭାରତୀୟ ଗୁଇନ୍ଦା ସୂଚନା ଦେଇଛି  ।

ଆତଙ୍କବାଦୀ ପରସ୍ପର ସହ ଯୋଗାଯୋଗ ପାଇଁ ଯେଉଁ ଇନଷ୍ଟ୍ରିପ୍ଟେଡ ମେସେଜିଙ୍ଗ ଡିଭାଇସର ବ୍ୟବହାର କରୁଥିଲେ ତାହା ଚୀନର ମେସେଜିଂ ଡିଭାଇସ ହୋଇଥିବା ଗୁଇନ୍ଦା ଜାଣିବାକୁ ପାଇଛି  । ପାକିସ୍ତାନୀ ସେନା ଅଧିକାଂଶ ସମୟରେ ଚୀନ ଠାରୁ ହତିଆର, କ୍ୟାମେରା ଓ ଯୋଗାଯୋଗ ଡିଭାଇସ କିଣି ଏହାର ବ୍ୟବହାର କରିବା ପରିବର୍ତ୍ତେ ପିଓକେର ଆତଙ୍କୀ ସଙ୍ଗଠନକୁ ଯୋଗାଉଛି  । ସେପଟେ ସବୁ ଜାଣିଶୁଣି ଚୁପ୍‌ ବସିଛି ଚୀନ  । ଭାରତ ଓ ଭାରତୀୟ ସେନାର ଧ୍ୟାନ ଲଦାକ୍ଷ ସୀମାରୁ ହଟାଇବା ପାଇଁ ଚୀନ ଜାଣିଶୁଣି ଏଭଳି କରୁଛି  ।

ଜମ୍ମୁ କାଶ୍ମୀର ସୀମାରେ ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି କରି ଲଦାକ୍ଷ ସୀମାରେ ଧ୍ୟାନ ହଟାଇବା ପାଇଁ ଚୀନ କରୁଥିବା ଚକ୍ରାନ୍ତ କିନ୍ତୁ ପଦାରେ ପଡିଛି  । ଗତ ଦୁଇ ବର୍ଷ ଧରି ଚୀନ ଏଭଳି ପ୍ରୟାସ ଜାରି ରଖିଛି  । ହେଲେ ଭାରତ ଉଭୟ ଜମ୍ମୁ ଓ ଲଦାଖ ଫ୍ରଣ୍ଟରୁ ଶତ୍ରୁ ଦେଶଙ୍କୁ ଜବାବ ଦେଇଛି  ।