ପାକିସ୍ତାନ ମସଜିଦରେ ବିସ୍ଫୋରଣ, ୩୦ ମୃତ ଓ ୫୦ ଆହତ

ଇସଲାମାବାଦ: ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ  । ଏହି ବିସ୍ଫୋରଣରେ ୩୦ରୁ ଅଧିକ ଲୋକଙ୍କ ମୃତ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି  । ଆହତଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ପାକିସ୍ତାନର ପେଶାୱାରରେ ନମାଜ ବେଳେ ମସଜିଦ୍‌ରେ ବିସ୍ଫୋରଣ ହୋଇଥିବା ସୂଚନା  । ମସଜିଦ୍‌ରେ ଗୁଳି ଚାଳନା ପରେ ବିସ୍ଫୋରଣ ହୋଇଥିଲା ।

ସୂଚନା ଅନୁସାରେ, ପ୍ରଥମେ ମସଜିଦ୍‌ ଭିତରଥିବା ପୋଲିସ ଉପରକୁ ଗୁଳି ଚାଳନା କରାଯାଇଥିଲେ । ଏଥିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି  । ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ବାସିନ୍ଦା ମିଶି ଆହତଙ୍କୁ ଉଦ୍ଧାର କରୁଛନ୍ତି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି  । ତେବେ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ଖାଲି କରିଦିଆଯାଇଛି ।

ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମଧ୍ୟ ପ୍ରତିକ୍ରିୟା ଆସିଛି । ସେ ଘଟଣାକୁ ନିନ୍ଦା କରିବା ସହ ପେଶାୱାରର ମୁଖ୍ୟମନ୍ତ୍ରୀ ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହା ପୂର୍ବରୁ ପାକିସ୍ତାନର କ୍ୱେଟାରେ ଗୁରୁବାର ଦିନ ବିସ୍ଫୋରଣ ହୋଇଥିଲା । ଏଥିରେ ପୋଲିସ ଅଧିକାରୀଙ୍କ ସମେତ ୩ ଲୋକଙ୍କ ପ୍ରାଣ ଯାଇଥିଲା ଏବଂ ୨୪ ଲୋକ ଆହତ ହୋଇଥିଲେ । ଏହି ବିସ୍ଫୋରଣ ପୋଲିସ ଭ୍ୟାନ ପାଖରେ ହୋଇଥିଲା ଏବଂ ଏଥିରେ ଦେଢ କିଲୋର ବିସ୍ଫୋଟକ ବ୍ୟବହାର ହୋଇଥିଲା ।

Leave a Reply