ୟୁକ୍ରେନରେ ଫସିଥିବା ପାକିସ୍ତାନ ଛାତ୍ରୀଙ୍କୁ ଉଦ୍ଧାର କଲା ଭାରତୀୟ ଦୂତବାସ

1 min read

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଲେ ପାକିସ୍ତାନ ଛାତ୍ରୀ । ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଜଣେ ପାକିସ୍ତାନ ଛାତ୍ରୀ ଫସି ଯାଇଥିଲେ । ଋଷର ଘନଘନ ଆକ୍ରମଣ ଫଳରେ କିଭରୁ ସୁରକ୍ଷିତ ସ୍ଥାନକୁ ଆସିପାରୁନଥିଲେ ଛାତ୍ର ଜଣଙ୍କ । କିଭରେ ଚାଲିଥିବା ଘମାଘୋଟ ଲଢ଼େଇ ମଧ୍ୟରୁ ପାକିସ୍ତାନ ଛାତ୍ରୀ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି ଭାରତୀୟ ଦୂତାବାସ । କିଭରୁ ସୁରକ୍ଷିତ ଉଦ୍ଧାର ହେବା ପରେ ଛାତ୍ରୀ ଜଣଙ୍କ ଏକ ଭିଡିଓ ସେୟାର କରି ଭାରତୀୟ ଦୂତାବାସ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

View this post on Instagram

 

A post shared by NandighoshaTV (@nandighoshatv)

ଆସମା ଶାଫିକ୍ ନାମକ ଜଣକ ପାକିସ୍ତାନୀ ଛାତ୍ରୀ ଭିଡିଓ ସେୟାର କରି କହିଛନ୍ତି କି ମୁଁ ପାକିସ୍ତାନର ଅଟେ । ମୁଁ କିଭରେ ଥିବା ଭାରତୀୟ ଦୂତବାସଙ୍କୁ ଧନ୍ୟବାଦ ଜଣାଇଛନ୍ତି କାହିଁକି ନା ଭାରତୀୟ ଦୂତବାସ କଠିନ ପରିସ୍ଥିତିରେ ତାଙ୍କୁ ସାହାଯ୍ୟ କରିଥିଲେ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ବୋଲି ଭିଡିଓରେ କହିଛନ୍ତି ଆସମା ଶାଫିକ୍ । ଭାରତୀୟ ଦୂତବାସ ପାଇଁ ଆମେ ସୁରକ୍ଷିତ ଭାବରେ ଘରକୁ ଫେରିପାରୁଛୁ ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ୟୁକ୍ରେନ ଉପରେ ଋଷର ଆକ୍ରମଣ ଫଳରେ ସେଠାରେ ହଜାର ହଜାର ସଂଖ୍ୟାରେ ବହୁ ଦେଶର ଛାତ୍ରଛାତ୍ରୀ ଫସି ରହିଥିଲେ । ଭାରତର ମଧ୍ୟ ୨୦ ହଜାରରୁ ଅଧିକ ଛାତ୍ର ଛାତ୍ରୀ ୟୁକ୍ରେନରେ ଫସି ରହିଥିଲେ । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ’ଅପରେସନ ଗଙ୍ଗା’ ମାଧ୍ୟମରେ ସେଠାରୁ ଉଦ୍ଧାର କରଯାଇଥିଲା । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୧୭ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ଆଣାଯାଇସାରିଛି । ସେହିପରି ୟୁକ୍ରେନର ସୁମିରେ ଫସିଥିବା ୭୦୦ ଭାରତୀୟଙ୍କୁ ହ୍ୟୁମାନ କରିଡର କରି ମଙ୍ଗଳବାର ସହରର ବାହାର କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।