ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ

ପଦମପୁର: ଶାନ୍ତି ଶୃଙ୍ଖଳାର ସହ ଚାଲିଛି ଉପନିର୍ବାଚନ ପାଇଁ ମତଦାନ । କାଁ ଭାଁ ସମସ୍ୟା ପରେ ଏବେ ସୁରୁଖୁରୁରେ ଭୋଟ ଦେଉଛନ୍ତି ଜନତା । ୧୫ଟି ମଡେଲ ବୁଥ୍ କରାଯାଇଥିବା ବେଳେ, ୬ଟି ପିଙ୍କ ବୁଥ୍ ସହ ଦିବ୍ୟାଙ୍ଗ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ୧୬୧ଟି ବୁଥରେ ସିସିଟିଭି ବ୍ୟବସ୍ଥା ହୋଇଛି ।

ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ଉପରେ ରହିଛି ପ୍ରଶାସନର କଡ଼ା ନଜର । ୧୨୦ଟି ବୁଥରେ ଓ୍ବେବକାଷ୍ଟର ବ୍ୟବସ୍ଥା ହୋଇଛି । ୪ଟା ପରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମରେ ରଖାଯିବ । ସେଠାରେ ମଧ୍ୟ କଡା ସୁରକ୍ଷା ଗ୍ରହଣ କରାଯାଇଛି ବୋଲି ସୂଚନା ଦେଇଛନ୍ତି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ।