କରୋନା ଭାଇରସ୍ ଉପରେ ପ୍ରଭାବଶାଳୀ ଅକ୍ସଫୋର୍ଡ ଭ୍ୟାକ୍ସିନ ChAdOx1

ନୂଆଦିଲ୍ଲୀ: ବ୍ରିଟେନରୁ ଆସିଲା ଉତ୍ସାହଜନକ ଖବର । ବ୍ରିଟେନର ଅକ୍ସଫୋର୍ଡ ୟୁନିଭରସିଟି ଭ୍ୟାକ୍ସିନ ଟ୍ରାଏଲରେ ସୁରକ୍ଷିତ ଓ ଇମ୍ୟୁନିଟି ମଜଭୂତ କରୁଥିବା ଜଣାପଡ଼ିଛି । ଭ୍ୟାକ୍ସିନ ପରୀକ୍ଷଣ ପରେ ଫଳାଫଳ ଉତ୍ସାହଜନକ ରହିଛି । ପରୀକ୍ଷଣରେ ପ୍ରାୟ ଏକ ହଜାର ୭୭ ଜଣ ଲୋକ ସାମିଲ ହୋଇଥିଲେ । ଟିକା ଦିଆଯାଇଥିବା ବ୍ୟକ୍ତିଙ୍କଠାରେ ଆଣ୍ଟିବଡି ଏବଂ ଧଳା ରକ୍ତ କଣିକା ସୃଷ୍ଟି ହୋଇଥିବା ଜଣାପଡ଼ିଛି । ଯାହାକି କରୋନା ଭାଇରସ୍ ସହ ଲଢ଼ିବାରେ ସକ୍ଷମ ।

ଏବେ ଭ୍ୟାକ୍ସିନର ବଡ଼ ଧରଣର ପରୀକ୍ଷା ହେବ । ବ୍ରିଟେନ ପୂର୍ବରୁ ଭ୍ୟାକ୍ସିନର ୧୦୦ ମିଲିୟନ୍ ଡୋଜ ଟିକା ସୁରକ୍ଷିତ କରିରଖିଛି । ଏହି ଟିକା ଭାରତରେ ମଧ୍ୟ ଉତ୍ପାଦିତ ହେଉଛି । ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଅକ୍ସଫୋର୍ଡ ଭ୍ୟାକ୍ସିନର ଉତ୍ପାଦନ ପାଇଁ ଦାୟିତ୍ୱ ନେଇଛି ।

କରୋନା ଭ୍ୟାକ୍ସିନ୍ ଦୌଡ଼ରେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେକା ଆଗରେ ରହିଛି । ଅନେକ ଟିକା ସେମାନଙ୍କର ଅନ୍ତିମ ପର୍ଯ୍ୟାୟ କିମ୍ବା ଉନ୍ନତ ପର୍ଯ୍ୟାୟ ନିକଟରେ ଥିବାବେଳେ ଅକ୍ସଫୋର୍ଡ ଟିକା ଆଗରେ ରହିଛି । ସବୁ କିଛି ଠିକ୍ ରହିଲେ ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେଙ୍କା ଦ୍ୱାରା ପ୍ରସ୍ତୁତ ଏହି ଟିକା ସେପ୍ଟେମ୍ବର ସୁଦ୍ଧା ଲୋକଙ୍କ ପାଇଁ ଉପଲବ୍ଧ ହେବ ।

ଅକ୍ସଫୋର୍ଡ ପ୍ରଫେସର ସାରା ଗିଲବର୍ଟ କରୋନା ଭ୍ୟାକ୍ସିନ୍ ପ୍ରସ୍ତତିର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଟିକାର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ସାରା ଗିଲବର୍ଟ ନେତୃତ୍ୱ ନେଉଛନ୍ତି । ଗିଲବର୍ଟ ଦାବି କରିଛନ୍ତି ଏହି ଟିକା କରୋନା ଠାରୁ ଲୋକଙ୍କୁ ବଞ୍ଚାଇବାରେ ୮୦ ପ୍ରତିଶତ ପ୍ରଭାବଶାଳୀ । ଗିଲବର୍ଟ କହିଛନ୍ତି ଯେ ଥଣ୍ଡା ପାଗରେ ଲୋକଙ୍କୁ ଭୂତାଣୁଙ୍କୁ ଡରିବା ଦରକାର ନାହିଁ । ଟିକା ସେପ୍ଟେମ୍ବର ସୁଦ୍ଧା ଆସିଯିବ ।

ଅନେକ ଟିକା ସେମାନଙ୍କର ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ଥିବାବେଳେ ଅକ୍ସଫୋର୍ଡ ଟିକା ୧୦ ହଜାର ଲୋକଙ୍କ ଉପରେ ଏହାର ଶେଷ ପରୀକ୍ଷା ଶେଷ କରିବାକୁ ଯାଉଛି । ଭ୍ୟାକ୍ସିନ୍ ଟାସ୍କଫୋର୍ସର ସଭାପତି କେଟ୍ ବିଙ୍ଗହମ୍ କହିଛନ୍ତି, ଏହି ଟିକା ଦୁନିଆରେ ସବୁଠୁ ଆଗରେ ଅଛି ଓ ଅନ୍ୟ କୌଣସି ଟିକା ଠାରୁ ଉନ୍ନତ ।

ଦେଶୀ କରୋନା ଭ୍ୟାକ୍ସିନର ମାନବ ପରୀକ୍ଷଣ ଆରମ୍ଭ,ଏମସରେ ୧୦୦ ଜଣଙ୍କୁ ଦିଆଯିବ ପ୍ରଥମ ଡୋଜ୍

Leave a Reply