ଦେଶୀ କରୋନା ଭ୍ୟାକ୍ସିନର ମାନବ ପରୀକ୍ଷଣ ଆରମ୍ଭ,ଏମସରେ ୧୦୦ ଜଣଙ୍କୁ ଦିଆଯିବ ପ୍ରଥମ ଡୋଜ୍

1 min read

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ କରୋନା ଭାଇରସ ଭ୍ୟାକ୍ସିନ୍ କୋଭାକ୍ସିନର ମାନବ ପରୀକ୍ଷଣ ନୂଆଦିଲ୍ଲୀର ଏମସରେ ଆଜିଠାରୁ ଆରମ୍ଭ ହୋଇଛି । ଟ୍ରାଏଲର ଦାୟିତ୍ୱ ନେଇଥିବା ଡ.ସଂଜୟ ରାୟଙ୍କ ଅନୁସାରେ ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି । ଆଜି କିଛି ଭଲ୍ୟୁଣ୍ଟର୍ସଙ୍କ ଠାରେ ଏହା ପ୍ରଥମ ଡୋଜ୍ ଦିଆଯିବାର ସମ୍ଭାବନା ରହିଛି । ଦିଲ୍ଲୀ ଏମସ ସହ ଦେଶର ଅନ୍ୟ ୧୨ ସ୍ଥାନରେ ଏହାର ମାନବ ପରୀକ୍ଷଣ ହେବ । ତେବେ ଏମସର ନମୂନା ସାଇଜ୍ ସମଗ୍ର ଦେଶରେ ସବୁଠୁ ବଡ । ତେଣୁ ଏହାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିବ ।  ଗୋଆରେ ଆଜିଠାରୁ ଟ୍ରାଏଲ ଆରମ୍ଭ ହେଉଛି । ଆସନ୍ତୁ ଜାଣିବା ଟ୍ରାଏଲ ସହ ଜଡିତ କିଛି ବଡ ତଥ୍ୟ..

covaxin

  • କୋଭାକ୍ସିନକୁ ହାଇଦ୍ରାବଦର ଭାରତ ବାୟୋଟେକ୍ ଓ ଇଣ୍ଡିଆନ୍ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି
  • କୋଭାକ୍ସିନ୍ ଏକ ଇନ୍ଆକ୍ଟିଭେଟେଡ୍ ଭ୍ୟାକ୍ସିନ । ଏହା ସେହି କରୋନା ଭାଇରସର ପାର୍ଟିକଲରୁ ପ୍ରସ୍ତୁତ ଯାହାକୁ ମାରି ଦିଆଯାଇଥିଲା ।
  • ଏହାର ଡୋଜ୍ ଦ୍ୱାର ଶରିରରେ ଭାଇରସ ବିରୋଧରେ ଆଣ୍ଟିବଡିଜ୍ ତିଆରି ହୋଇଥାଏ । ଏହି ଭ୍ୟାକ୍ସିନର କୋଡ୍ ନେମ୍ ହେଉଛି BBV152
  • ଫେଜ୍ ୱାନ୍ ଓ ଫେଜ୍ ଟୁ ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନରାଲ ଅଫ୍ ଇଣ୍ଡିଆ ମଂଜୁରୀ ଦେଇସାରିଛନ୍ତି । ପ୍ରଥମ ଫେଜରେ ମୋଟ ୩୭୫ ଜଣଙ୍କ ଉପରେ ଏହାର ପରୀକ୍ଷଣ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୭୫୦ ଜଣଙ୍କ ଉପରେ ପରୀକ୍ଷା ହେବ ।
  • ଏଥିପାଇଁ ଆଇସିଏମଆର ସେହି ଅନୁଷ୍ଠାନଙ୍କୁ ବାଛିଛି ଯେଉଁଠି କ୍ଲିନିକାଲ ଫର୍ମାକାଲାଜି ୱିଙ୍ଗ୍ ଅଛି ଓ ହ୍ୟୁମେନ୍ ଟ୍ରାଏଲ ପାଇଁ ଅଭିଜ୍ଞ ପ୍ରଫେସନାଲ ଅଛନ୍ତି
  • ପ୍ରଥମ ଡୋଜ୍ ଦିଆଯିବାର ୧୪ ଦିନ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଏଥିରେ ‘ଡବଲ ବ୍ଲାଇଣ୍ଡ୍’ ନୀତି ଅନୂସରଣ କରାଯିବ ଅର୍ଥାତ ଭ୍ୟାକ୍ସିନ ନେଉଥିବା ଓ ରିସର୍ଚ୍ଚର କେହି ମଧ୍ୟ ଜାଣି ପାରିବେ ନାହିଁ କାହାକୁ ଟିକା ଦିଆଯାଇଛି ଓ କାହାକୁ କେବଳ ଟିକା ଦିଆଯିବାର ଅଭିନୟ କରାଯାଇଛି ।

 

Leave a Reply