ଯବାନଙ୍କ ଗୁଳିରେ ପୁଣି ଜଣେ ଆତଙ୍କବାଦୀ ନିହତ

1 min read

ନୂଆଦିଲ୍ଲୀ: ପୁଣି ଜାମ୍ମୁ-କାଶ୍ମୀରରେ ଭାରତୀୟ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ । ସୁରକ୍ଷା ବାହିନୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ । ଶ୍ରୀନଗର ରାମବାଗରେ ଦୁଇ ଜଣ ଆତଙ୍କବାଦୀ ଲୁଚିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଭାରତୀୟ ସେନା । ଖବର ପାଇ ଅପରେସନ୍‌ ଆରମ୍ଭ କରିଥିଲେ ଯବାନ । ପୁରା ଅଞ୍ଚଳକୁ ସୁରକ୍ଷା ବାହିନୀ ଘେରିଯାଇଥିଲେ ।

ଭାରତୀୟ ଯବାନଙ୍କୁ ଦେଖିବା ପରେ ଆତଙ୍କବାଦୀମାନେ ଭୟଭୀତ ହୋଇ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଥିଲେ । ତେବେ ଏହାର ଜବାବରେ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ । ତେବେ ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଖସି ପଳାଇଥିଲା । ତେବେ ଏବେ ବି ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ସୂଚନାନୁସାରେ ଦୁଇ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ମିଳିଛି ।

ଅନ୍ୟପଟେ ସୀମାରେ ପାକିସ୍ତାନ ପୁଣି ଅସ୍ତ୍ର ବିରତି ନିୟମ ଉଲଂଘନ କରିଛି । ପାକିସ୍ତାନ ପକ୍ଷରୁ ଯୁଦ୍ଧର ସମସ୍ତ ନୀତି ଓ ଅସ୍ତ୍ରବିରତି ନିୟମକୁ ଥରେ କି ଦୁଇଥର ନୁହେଁ, ବାରମ୍ବାର ଉଲ୍ଲଙ୍ଘନ କରାଯାଉଛି । ପୁଞ୍ଚ, ରାଜୋରୀ ଓ ଦେଗୱାରସ ସୀମାରେ ଅଘୋଷିତ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରୁଛି ପାକିସ୍ତାନ । ଭାରତର ଚେତାବନୀ ସତ୍ତ୍ୱେ ସୀମାରେ ଗୁଳି ବର୍ଷଣ କରିବା ସହ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି । କିଛିଦିନ ତଳେ ଜଣେ ବୃଦ୍ଧା ପାକ୍‌ ଗୁଳିରେ ଆହତ ହୋଇଥିଲେ । ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଥିବା କହିଛନ୍ତି ଭାରତୀୟ ସେନାର ଜନସଂପର୍କ ଅଧିକାରୀ ଏଲ. କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ।

Leave a Reply