କାର୍ ଧକ୍କାରେ ୧୦ ଫୁଟ ଉପରକୁ ଉଠି ଗଲେ କଦଳୀ ବିକାଳି

1 min read

ଭୁବନେଶ୍ବର: ରାଜଧାନୀର କଳ୍ପନା ସ୍କୋୟାରରେ ଥିବା ତାରିଣୀ ବସ୍ତ୍ରାଳୟ ସମ୍ମୁଖରେ ଭୟଙ୍କର ଦର୍ଘଟଣା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ରାସ୍ତା କଡ଼ରେ sଦଳୀ ବିକ୍ରି କରୁଥିବା ଭଜମନ ରାଉତ । ତାଙ୍କ ଘର କେନ୍ଦ୍ରାପଡ଼ାରେ ବୋଲି ଜଣାପଡ଼ିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର ଧକ୍କା ହେବା ପରେ ଭଜମନ ବ୍ରାୟ ୧୦ ଫୁଟ ଉପରକୁ ଉଠି ତଲେ କଚାଡି ହୋଇ ପଡ଼ିଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ସୂଚନାଯୋଗ୍ୟ, ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ ଦ୍ରୁତ ଗତିରେ ଆସୁଥିବା ଗ୍ରାଣ୍ଡ ଆଇଟେନ ଗାଡି ରାସ୍ତା କଡ଼ରେ ବେପାର କରୁଥିବା ଭଜମନଙ୍କ କଦଳୀ ଟ୍ରଲିକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଓ ଜଣେ ପଥଚାରୀ ମଧ୍ୟ ଆହତ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, କାର ଚାଳକ ନିଶାସକ୍ତ ଅବସ୍ଥାରେ ଗାଡି ଚାଳନା କରୁଥିଲେ । ପ୍ରଥମେ ଇଲେକ୍ଟ୍ରି ଖୁଣ୍ଟ ଓ ପରେ ଟ୍ରଲି ଏବଂ ବାଇକକୁ ଧକ୍କା ଦେଇଥିଲେ କାର୍ ।

ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।