ଚିକେନ୍ ପକୋଡ଼ା ଖାଅ, ଲକ୍ଷେ ଟଙ୍କିଆ ଚାକିରି ପାଅ

1 min read

ବ୍ରିଟେନ: ଚାକିରି ଖୋଜୁଛନ୍ତି କି ? କେତେ ଦରମା ହେଲେ ଚାକିରି କରିବାକୁ ପସନ୍ଦ କରିବେ ? ଆମେ ଏମିତି ଏକ ଚାକିରି ବିଷୟରେ କହିବାକୁ ଯାଉଛି ଯେଉଁଥିରେ ମାସିକ ଦରମା କଥା ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଆଜ୍ଞା ହଁ ଦରମା ବାବଦକୁ ମିଳିବ ଏକ ଲକ୍ଷ ଟଙ୍କା । ଏବେ ଭାବୁଥିବେ କାମ କ’ଣ କରିବାକୁ ପଡ଼ିବ ଏତେ ଦରମା ପାଇଁ ? କାମ କିଛି ଖାସ ନୁହେଁ, କେବଳ ବସି ବସି ଚିକେନ ପକୋଡ଼ା ଖାଇବେ ଓ ମାସିକ ଦରମା ଏକ ଲକ୍ଷ ଟଙ୍କା ପାଇବେ । ଏମିତି ଚାକିରି ଅଫର୍ ବାହାର କରିଛି ବ୍ରିଟେନର ଏକ ଫୁଡ୍ କମ୍ପାନୀ । ପୋଷ୍ଟର ନାଁ ରଖିଛି ‘ଟେଷ୍ଟ ଟେଷ୍ଟର’ ।

ସୂଚନାଯୋଗ୍ୟ, ବ୍ରିଟେନର ଫୁଡ଼ କମ୍ପାନୀ BirdsEye ଚିକେନ୍ ପକୋଡ଼ା ପ୍ରସ୍ତୁତ କରିଥାଏ । କିଛିଦିନ ହେବ କମ୍ପାନୀ ଟେଷ୍ଟ ଟେଷ୍ଟର ଚାକିରି ପାଇଁ ଆବେଦନ ମାଗିଛି । ନିଜ ପ୍ରଡକ୍ଟ ଚିକେନ ଡିପର୍ସ ଓ ସସ୍ ପାଇଁ ସ୍ବାଦ ଚାଖିବାରେ ଅନୁଭବି ଲୋକଙ୍କ ପାଇଁ ଚାକିରି ଅଫର୍ କରିଛି ।

‘ଦି ସନ୍’ ରିପୋର୍ଟ ଅନୁସାରେ, ଯେଉଁ ବ୍ୟକ୍ତିଙ୍କ ସ୍ବାଦ ବାରିବାର ଭଲ ଅନୁଭବ ଥିବ ତାକୁ ହିଁ ଏହି ଚାକିରି ମିଳିବ । ସେମାନଙ୍କ ପାଖରେ ଚିକେନ୍ ଡିପର୍ସର କ୍ରିପ୍ସ, କ୍ରଞ୍ଚ ଓ ସସ୍ ଆଦିର ସ୍ବାଦ ଠିକଠାକ ବାରିବା କ୍ବାଲିଟି ଥିବା ଦରକାର ।

କେମିତି ପାଇବେ ଏହି ଚାକିରି ?

କମ୍ପାନୀ ଚାକିରିର ସବୁ ତଥ୍ୟ ସେୟାର କରିଛି । ଆଶାୟୀଙ୍କୁ କମ୍ପାନୀର ଚିଫ୍ ଡିପିଙ୍ଗ ଅଫିସରଙ୍କ ପୋଷ୍ଟ ଦିଆଯିବ । ଇଚ୍ଛୁକ ପ୍ରାର୍ଥୀ https://www.birdseye.co.uk/ ରେ ଆବେଦନ କରିପାରିବେ । ଏହାବାଦ BirdseyeHR@chiefdippingofficer.co.uk ରେ ୨୫୦ ଶବ୍ଦରେ ଏକ ଚିଠି ଲେଖି ନିଜ ବିଷୟରେ କହିବାକୁ ପଡ଼ିବ ।

ନିକଟ ଅତୀତରେ ବ୍ରିଟେନରେ ଏକ ସର୍ଭେ ହୋଇଥିଲା । ଏଥିରେ କିଛି ଲୋକ ଚିକେନ ଡିପର୍ସ ସହ ଟମାଟୋ ସସକୁ ବେଷ୍ଟ କହିଥିବା ବେଳେ ଆଉ କିଛି  ଲୋକ ମାୟୋନାଇଜ (Mayonnaise)କୁ ବେଷ୍ଟ କହିଥିଲେ । ଏମିତି ସ୍ଥିତିରେ କମ୍ପାନୀ ଚିକେନ୍ ଡିପର୍ସ ଓ ସସକୁ ଆହୁରି ଅଧିକ ସ୍ବାଦିଷ୍ଟ କରିବାକୁ ଏହି ଚାକିରି ବାହାର କରିଛି । ଏଥିରେ ଚାକିରି ପାଇଥିବା ବ୍ୟକ୍ତିଙ୍କୁ କମ୍ପାନୀ କର୍ମଚାରୀ ପ୍ରସ୍ତୁତ କରିଥିବା ଚିକେନ ଡିପର୍ସ ଓ ସସକୁ ଟେଷ୍ଟ କରି କେମିତି ଅଧିକ ଭଲ ଓ ସ୍ବାଦିଷ୍ଟ ହୋଇପାରିବ ସେ ନେଇ ପରାମର୍ଶ ଦେବେ ଓ ମାସିକ ଲକ୍ଷେ ଟଙ୍କା ଦରମା ପାଇବେ ।

Leave a Reply