ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣି ବଢ଼ିଲା ତୈଳ ଦର

1 min read

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ସମୟରେ ପୁଣି ବଢିଲା ଆନ୍ତର୍ଜାତିକ ତୈଳ ଦର । ବ୍ୟାରେଲ ପିଛା ତୈଳ ଦର ୬.୬ ପ୍ରତିଶତ ବଢିଛି । ଯାହାଫଳରେ ତୈଳଦର ବ୍ୟାରେଲ ପିଛା ହୋଇଛି ୧୦୧.୮୭ ଡଲାର । ୨୦୧୪ ପରଠାରୁ ଏହି ଦର ସର୍ବାଧିକ । ଯୁଦ୍ଧର ଘନଘଟା ଭିତରେ ଅନେକ ନିବେଶକାରୀ ନିଜ ପୁଞ୍ଜିର ସୁରକ୍ଷା ଲାଗି ତୈଳ କମ୍ପାନୀରୁ ପୁଞ୍ଜି ପ୍ରତ୍ୟାହାର କରି ଅଧିକ ସୁରକ୍ଷିତ ଆମେରିକୀୟ ବଣ୍ଡରେ ନିବେଶ କରିଛନ୍ତି । ବିଶ୍ୱର ସର୍ବାଧିକ ତୈଳ ଉତ୍ପାଦନକାରୀ ରାଷ୍ଟ୍ର ମଧ୍ୟରେ ଋଷ ଅନ୍ୟତମ ହୋଇଥିବାବେଳେ, ଯୁଦ୍ଧ ସ୍ଥିତି ଯୋଗୁ ତୈଳବଜାର ଗଭୀର ପ୍ରଭାବିତ ହୋଇଛି । ସେହିପରି ବିଶ୍ୱର ସର୍ବାଧିକ ସୂର୍ଯ୍ୟମୁଖୀ ତେଲ ଉତ୍ପାଦନକାରୀ ରାଷ୍ଟ୍ର ଋଷରୁ ତୈଳ ରପ୍ତାନି ପ୍ରକ୍ରିୟା ବାଧାପ୍ରାପ୍ତ ହେବା ଯୋଗୁ ଖାଇବା ତେଲର ଦାମ ମଧ୍ୟ ବଢିବା ଆଶଙ୍କା ଦେଖାଦେଇଛି । ଏହା ସହ ଗହମ ଓ ମକା ଦର ମଧ୍ୟ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଗହମ ଓ ମକାର ମୂଲ୍ୟ ୨୦ ପ୍ରତିଶତ ବୃଦ୍ଧି ପାଇଛି ।

Leave a Reply