ଓଡ଼ିଶାକୁ ରାଷ୍ଟ୍ରୀୟ ଏମ୍ଏସ୍ଏମ୍ଇ ପୁରସ୍କାର

1 min read

ଭୁବନେଶ୍ବର: ଓଡ଼ିଶାର ଯୁବ ଉଦ୍ୟୋଗୀଙ୍କ ଜାତୀୟସ୍ତରରେ ରେକର୍ଡ । କୋଭିଡ ମହାମାରୀ ବର୍ଷରେ ବି ରାଜ୍ୟ ସରକାରଙ୍କ ସଶକ୍ତ ଷ୍ଟାର୍ଟ୍ ଅପ୍ ନୀତି ଯୋଗୁଁ ମିଳିଛି ଏହି ସଫଳତା । ଗୋ ପ୍ଲସ୍ ଓ ଗୋ ସୁଇଫଟ୍ ଯୋଗୁଁ ରାଜ୍ୟରେ ଏମ୍ଏସ୍ଏମ୍ଇ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଇଜ୍ ଅଫ୍ ଡୁଇଙ୍ଗ ମାନରେ ବୃଦ୍ଧି ଆସିଛି । ୨୦୨୨ ରାଷ୍ଟ୍ରୀୟ ଏମ୍ଏସ୍ଏମ୍ଇ ପୁରସ୍କାର ପାଇଁ ଭୁବନେଶ୍ବରର ସେଫ୍ରିସ୍କ୍ ଇନ୍ସୁରାନ୍ସ ବ୍ରୋକର୍ସ୍ ପ୍ରାଇଭେଟ୍ ଲିମିଟେଡ୍ ପ୍ରଥମ ଓ କଟକର ଅମରନାଥ ପେଷ୍ଟ୍ ମ୍ୟାନେଜମେଣ୍ଟ ଟେକ୍ନୋଲୋଜି ତୃତୀୟ ସ୍ଥାନ ପାଇଁ ମନୋନୀତ ହୋଇଛନ୍ତି ।

ସିଙ୍ଗଲ ୱିଣ୍ଡୋ ପାଇଁ ସଫଳତା । ଗୋଟିଏ କ୍ଲିକରେ ଜମିଠୁ ବ୍ୟାଙ୍କ ସବୁ ଲିଙ୍କର ସୁବିଧା । ଜାତୀୟ ସ୍ତରରେ ସଫଳତା ସାଉଁଟିଛନ୍ତି ଓଡିଆ ଷ୍ଟାର୍ଟ ଅପ ଉଦ୍ୟୋଗୀ । ରାଜ୍ୟରେ ଏମ୍ଏସ୍ଏମ୍ଇ ଶିଳ୍ପ ପ୍ରତିଷ୍ଠାରେ ଇଜ୍ ଅଫ୍ ଡୁଇଙ୍ଗ ମାନରେ ସୁଧାର ଆସିଛି । ଯେଉଁଥିପାଇଁ ଜାତୀୟସ୍ତରରେ ରେକର୍ଡ କରିଛନ୍ତି ଓଡ଼ିଶାର ଯୁବ ଉଦ୍ୟୋଗୀ ।  ଓଡ଼ିଶାର ଦୁଇ ଯୁବ ଉଦ୍ୟୋଗୀ ୨୦୨୨ ରାଷ୍ଟ୍ରୀୟ ଏମ୍ଏସ୍ଏମ୍ଇ ପୁରସ୍କାର ପାଇଁ ଭାରତ ସରକାରଙ୍କ ଦ୍ବାରା ମନୋନୀତ ହୋଇଛନ୍ତି । ଶିଳ୍ପ ପ୍ରତିଷ୍ଠା ପାଇଁ ଗୋ ପ୍ଲସ୍ ପ୍ଲାଟଫର୍ମରେ ଜମି, ଗୋ-ସୁଇଫ୍ଟ ଅନଲାଇନ୍ ଯୋଗେ ସମସ୍ତ ପ୍ରକାର କ୍ଲିୟରାନ୍ସ୍ ଅତି କମ୍ ସମୟରେ ମିଳିପାରୁଛି । ଯେଉଁଥିପାଇଁ କେନ୍ଦ୍ର ସରକାର ଓଡ଼ିଶାର ଏମ୍ଏସ୍ଏମ୍ଇ ବିଭାଗକୁ ବି ପ୍ରଥମ ପୁରସ୍କାର ପାଇଁ ଚୟନ କରିଛନ୍ତି ।  ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ବହୁ ଚାଲେଞ୍ଜ ଥିଲେ ବି ସରକାରଙ୍କ ପ୍ରତିବଦ୍ଧତା ଯୋଗୁଁ ଏମ୍ଏସ୍ଏମ୍ଇ ଶିଳ୍ପରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି ।

ରାଜ୍ୟରେ ୫ ଲକ୍ଷ ଏମ୍ଏସ୍ଏମ୍ଇ ୟୁନିଟ୍ କାର୍ଯ୍ୟକ୍ଷମ ଅଛନ୍ତି । ଓଡ଼ିଶା ସରକାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠା ପାଇଁ ଯଥେଷ୍ଟ ପ୍ରୋତ୍ସାହନ ଯୋଗାଉଛନ୍ତି । କିନ୍ତୁ କୋଇଲା ଯୋଗାଣଠାରୁ ଆରମ୍ଭ କରି ବ୍ୟାଙ୍କ ଋଣ ସହାୟତାରେ କେନ୍ଦ୍ର ସରକାର ଅଧିକ ସହଯୋଗ କଲେ ରାଜ୍ୟରେ ଶିଳ୍ପ ବିକାଶ ଆହୁରି ତ୍ବରାନ୍ବିତ ହୋଇପାରନ୍ତା । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶିଳ୍ପ ଆଭିମୁଖ୍ୟ ଏବେ ବିଶ୍ବର କୋଣ ଅନୁକୋଣର ପୁଞ୍ଜିପତିମାନଙ୍କୁ ଆକୃଷ୍ଟି କରିପାରିଛି ।

ରାଷ୍ଟ୍ରୀୟ ଏମ୍ଏସ୍ଏମ୍ଇ ପୁରସ୍କାର ପାଇଁ ଓଡ଼ିଶା ସରକାର ପ୍ରଥମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ବେଳେ ବିହାର ଓ ହରିୟାଣା ଦ୍ବିତୀୟ ଓ ତୃତୀୟ ପୋଜିସନରେ ରହିଛନ୍ତି ।