କ୍ରୀଡ଼ା ମନ୍ତ୍ରଣାଳୟ ରାଷ୍ଟ୍ରୀୟ କର୍ମଶାଳାରେ ସାମିଲ ହେବାକୁ ଗୁଜରାଟରେ ତୁଷାରକାନ୍ତି

1 min read

ଭୁବନେଶ୍ବର: ଇଲେକଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଦୁଇଦିନିଆ ଗୁଜରାଟ ଗସ୍ତରେ ଯାଇ କେଭେଡ଼ିଆଠାରେ ପହଞ୍ଚିଛନ୍ତି । ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ କର୍ମଶାଳାରେ ଓଡ଼ିଶା ପକ୍ଷରୁ କରିବେ ପ୍ରତିନିଧିତ୍ବ । କର୍ମଶାଳାରେ ଖେଲୋ ଇଣ୍ଡିଆ ଯୋଜନାକୁ ଓଡିଶା କିପରି ଭାବେ ଆଗେଇ ନେଇଛି ସେ ସମ୍ପର୍କରେ ବିସ୍ତୃତ ବିବୃତ୍ତି ରଖିବେ ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା କ୍ରୀଡ଼ାକୁ ପ୍ରାଧାନ୍ୟ ଦେଇ କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ସମ୍ପର୍କରେ ଅବଗତ କରିବେ ।  ଉନ୍ନତ କ୍ରୀଡା ଭିତ୍ତିଭୂମିଠାରୁ ଆରମ୍ଭ କରି ତୃଣମୂଳସ୍ତରରୁ ପ୍ରତିଭା ଚୟନ, ଉନ୍ନତ ତାଲିମ, ଖେଳାଳିଙ୍କ କ୍ରୀଡ଼ା ଦକ୍ଷତା ବୃଦ୍ଧି ପାଇଁ ଆଧୁନିକ ଜ୍ଞାନ କୌଶଳର ଉପଯୋଗ ଆଦି ବିଭିନ୍ନ ବିଷୟରେ ଓଡ଼ିଶା କ’ଣ ସବୁ ପଦକ୍ଷେପ ଗ୍ରହଣ କରିଛି ସେ ଉପରେ ନିଜର ମତ ରଖିବେ I

କର୍ମଶାଳା ଦ୍ୱାରା ବିଭିନ୍ନ ରାଜ୍ୟ ମଧ୍ୟରେ ଭାବ ବିନିମୟ ହେବା ସହିତ ଆଞ୍ଚଳିକ ସ୍ତରରେ କ୍ରୀଡ଼ାକୁ ଅଧିକ ସମୃଦ୍ଧ କରିବା ନେଇ ପଥ ଦେଖାଇବ ବୋଲି ମନ୍ତ୍ରୀ କହିଛନ୍ତି । ସେ ଆଗକୁ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ସ୍ପୋର୍ଟ୍ସ ଫର ୟୁଥ ଏବଂ ୟୁଥ ଫର ଫ୍ୟୁଚର’କୁ ନେଇ ଯେଉଁ ବାର୍ତ୍ତା ଦେଇଛନ୍ତି ତାକୁ ସାରା ଦେଶରେ ପ୍ରଚାର କରିବା ସହ ଓଡିଶାକୁ ଆଗାମୀ ଦିନରେ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ହ ରେ ପରିଣତ କରିବା ନେଇ ସବୁ ପ୍ରକାର କାର୍ଯ୍ୟପନ୍ଥା ହାତକୁ ନିଆଯିବ ।’ ସୂଚନାଯୋଗ୍ୟ, ଏହି ଦୁଇ ଦିନିଆ କର୍ମଶାଳାରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀଙ୍କ ସହ ସମସ୍ତ ରାଜ୍ୟର କ୍ରୀଡ଼ାମନ୍ତ୍ରୀ ଏବଂ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି I