ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର

1 min read

Thermometer Sun 40 Degres. Hot summer day. High Summer temperatures

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ତାତିର ରାଜ୍। ଉପାନ୍ତରୁ ଉପକୂଳ ସବୁଠି ଗରମ ଗୁଳୁଗୁଳି। ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଉପରେ ରହୁଛି ପାରଦ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର। ୧୮ ତାରିଖରେ ବଦଳିପାରେ ପାଗ । ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗତ ୨୪ ଘଣ୍ଟାରେ ରାଜ୍ୟର ୯ଟି ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି ।

ଶୀତ ଦିନେ ଟାଇଁ ଟାଇଁ ଖରା । ସ୍ବାଭାବିକ ଠାରୁ ୪ଡିଗ୍ରୀ ଉପରେ ପାରଦ। ଦିନ ୯ଟାରୁ ୨ ଟା ପର୍ଯ୍ୟନ୍ତ ତାତି ଜୋର୍। ଉପକୂଳରେ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି। ୨୪ ଘଣ୍ଟାରେ ୯ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ । ମେଘମୁକ୍ତ ଆକାଶ ପାଇଁ ହେଉଛି ଟାଣ ଖରା । ଶୀତକୁ ପ୍ରତିବନ୍ଧକ ସାଜିଛି ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ଶୁଷ୍କ ପବନ । ୧୮ ତାରିଖ ପରେ ବଦଳିପାରେ ପାଗ ।

ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଶୀତକୁ ବାଟ କଢାଇପାରେ ସାମ୍ଭାବ୍ୟ ବର୍ଷା । ସ୍ବାଭାବିକ ସମୟର ୩ ଦିନ ପୂର୍ବରୁ ମୌସୁମୀ ଓଡ଼ିଶାରୁ ବିଦାୟ ନେଇଥିବା ବେଳେ ବଦଳୁନି ପାଗ । ଅଧିକାଂଶ ସହରରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତିରେ ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟାରେ ୩୬.୮ଡିଗ୍ରୀ ସହ ଭଦ୍ରକ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଭାବେ ରେକର୍ଡ କରିଥିବା ବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ।

ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନଥିବା ବେଳେ ବିହାର ଠାରୁ ଦକ୍ଷିଣ ବାଂଲାଦେଶ ପର୍ଯ୍ୟନ୍ତ ଏକ ଟ୍ରପ୍ଲାଇନ୍ ରହିଛି । ପ୍ରଭାବରେ ଆସନ୍ତା ୧୮ ବେଳକୁ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୧୯ରେ ଉତ୍ତର ଓଡ଼ିଶା ସମେତ ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡର କିଛି ଅଞ୍ଚଳରେ ବର୍ଷା ହେବ । ବର୍ଷା ପ୍ରଭାବରେ ତାପମାତ୍ରା ସ୍ବାଭାବିକ କିମ୍ବା କମିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ଗତ ୨୪ ଘଣ୍ଟାରେ ବଲାଙ୍ଗୀର, ବରଗଡ, କଟକ ଏବଂ ଖୋର୍ଦ୍ଧାରେ ହାଲୁକା ବର୍ଷା ହୋଇଛି । ବଲାଙ୍ଗିରରେ ୨୨.୬ ମିଲିମିଟର ବର୍ଷା ହୋଇଥିବା ବେଳେ କଟକ ତିଗିରିଆରେ ୨୨ ଏବଂ ବରଗଡ ବରପାଲିରେ ୧୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବର୍ଷା ସତ୍ତ୍ବେ ବି ଦିନରେ ରାଜ୍ କରୁଛି ତାତି ।