ସତୀଶ ଗଜଭିୟେଙ୍କୁ ଏକମାସ ମଧ୍ୟରେ ପଦୋନ୍ନତି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

1 min read
Odisha High Court Quashes Disciplinary Proceedings Against IPS Officer Satish Gajbhiye

କଟକ: IPS ଅଫିସର ସତୀଶ ଗଜଭିୟେଙ୍କ କାର୍ଯ୍ୟାନୁଷ୍ଠାନ ଘଟଣାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଗଜଭିୟେଙ୍କୁ ଏକମାସ ମଧ୍ୟରେ ପଦୋନ୍ନତି ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ୨୦୦୨ ବ୍ୟାଚର ଏହି IPSଙ୍କୁ ତାଙ୍କ ବ୍ୟାଚର ଆଇପିଏସଙ୍କ ସହ ପଦୋନ୍ନତି ଏକ ମାସ ମଧ୍ୟରେ ଦେବାକୁ କୁହାଯାଇଛି । ୨୦୦୭ ମସିହାରେ ମାଲକାନଗିରି ଏସପି ଥିବାବେଳେ ମାଓବାଦୀକୁ ଧରିବା ନେଇ ହୋଇଥିବା ପୁରସ୍କୃତ ଅର୍ଥ ଘୋଟଲା ଘଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

Odisha High Court Quashes Disciplinary Proceedings Against IPS Officer Satish Gajbhiye

୨୦୦୭ ଜୁଲାଇ ୨୫ ତାରିଖରେ ଶ୍ରୀରାମୁଲୁ ଶ୍ରୀନିବାସ ନାମକ ମାଓବାଦୀ ଗିରଫ ହୋଇଥିଲେ । ଏହି ଗିରଫ ଘଟଣାରେ ଓଡ଼ିଶା ସରକାର ୩ ଲକ୍ଷ ୫୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ । ସେହି ଟଙ୍କାରୁ ୧ ଲକ୍ଷ ୫୫ ହଜାର ଟଙ୍କା ୬ଜଣ ପୋଲିସ କର୍ମଚାରୀଙ୍କୁ ପ୍ରଦାନ କରାଯାଇଥିବା ବେଳେ ବାକି ଟଙ୍କା ସ୍ଥାନୀୟ ଇନଫର୍ମରଙ୍କୁ ପ୍ରଦାନ କରାଯାଇଥିଲା । ତେବେ ପୋଲିସ କର୍ମଚାରୀ ପୁରସ୍କାର ଅର୍ଥ ପାଇ ନଥିବା ଗୃହ ବିଭାଗରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରି ୨୦୧୫ ନଭେମ୍ବର ୭ ତାରିଖରେ ସତୀଶ ଗଜଭିୟେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା ।

Odisha High Court Quashes Disciplinary Proceedings Against IPS Officer Satish Gajbhiye

ସେବେଠାରୁ ମୁଖ୍ୟାଳୟରେ ବସିଥିଲେ ସତୀଶ । ସମସ୍ତ ପଦୋନ୍ନତି ବି ବନ୍ଦ ହୋଇ ରହିଥିଲା । ୨୦୦୨ ବ୍ୟାଚର IPS ଅଫିସର ସତୀଶ ଗଜଭିୟେ ଏହାକୁ ଚାଲେଞ୍ଜ କରି ପ୍ରଥମେ କଟକ କ୍ୟାଟ୍ ବେଞ୍ଚରେ ପିଟିସନ ଦାଏର କରିଥିବା ବେଳେ ପରେ ଏହି ମାମଲା କ୍ୟାଟର ଦିଲ୍ଲୀ ମୁଖ୍ୟ ବେଞ୍ଚକୁ ସ୍ଥାନାନ୍ତରିତ ହୋଇଥିଲା । ୨୦୧୮ ଅଗଷ୍ଟ ୧୦ ତାରିଖରେ କ୍ୟାଟ୍ ରାୟ ଦେଇ କାର୍ଯ୍ୟାନୁଷ୍ଠାନ ଉପରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଥିଲେ । କ୍ୟାଟଙ୍କ ରାୟ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ଵାରସ୍ତ ହୋଇଥିଲେ ସତୀଶ ଗଜଭିୟେ ।

Leave a Reply