ଢିଙ୍କିଆ ମାମଲାର ଶୁଣାଣି ପାଇଁ ୫ ଜଣିଆ ଆଇନଜୀବୀ କମିଠି ଗଠନ

1 min read
Odisha High Court Constituted 5 Members Advocate Panel For Dhinkia

କଟକ: ହାଇକୋର୍ଟରେ ଢିଙ୍କିଆ ମାମଲାର ଶୁଣାଣି । ୫ ଜଣିଆ ଆଇନଜୀବୀ କମିଟି ଗଠନ କଲେ ହାଇକୋର୍ଟ । ଏହି କମିଟି ଘଟଣାସ୍ଥଳକୁ ଯାଇ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବ । କମିଟିରେ ୩ ଜଣ ଆବେଦନକାରୀ ଓକିଲଙ୍କ ସହିତ ୨ ଜଣ ସରକାରୀ ଓକିଲ ରହିଛନ୍ତି । ଆସନ୍ତା ୧୯ ତାରିଖରେ ଆଇନଜୀବୀ କମିଟି ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରି ହାଇକୋର୍ଟରେ ରିପୋର୍ଟ ଦାଖଲ କରିବେ । ଆସନ୍ତା ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ଘଟଣାକୁ ନେଇ ହାଇକୋର୍ଟରେ ଦାଏର ୩ଟି ମାମଲାରେ ରାଜ୍ୟ ସରକାର ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି । ସେହିପରି ଆଇନଜୀବୀ କ୍ଷୀରୋଦ ମହାନ୍ତି ଏବଂ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ମାମଲାରେ ମଧ୍ୟ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ସ୍ଥାନୀୟ ମହିଳା କୁନି ମଲ୍ଲିକଙ୍କ ମାମଲାରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି । ପ୍ରତି ଜବାବ ରଖିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଆହତଙ୍କୁ ମାଗଣାରେ ଚିକିତ୍ସା କରିବା କୋର୍ଟରେ ପ୍ରାର୍ଥନା କରିଥିଲେ ଆବେଦନକାରୀ । ଏହା ସହ ନିରପେକ୍ଷ ତଦନ୍ତ, ପୋଲିସ ମୁତୟନ ପ୍ରତ୍ୟାହାର, ଏବଂ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପାନ ବରଜ ନଭାଙ୍ଗିବାକୁ କୋର୍ଟରେ ପ୍ରାର୍ଥନା କରାଯାଇଥିଲା । ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, JSW, ପୋଲିସ ଡିଜି, ଜଗତସିଂହପୁର ଏସପି, ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Leave a Reply