ଟିକାକରଣ କ୍ଷେତ୍ରରେ ଓଡ଼ିଶା ଛୁଇଁଲା ମାଇଲଖୁଣ୍ଟ: ଲୋକଙ୍କୁ ଦିଆଗଲାଣି ୬କୋଟି ୨୮ ହଜାର ଡୋଜ୍

ଭୁବନେଶ୍ୱର: ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି । ୬କୋଟି ୨୮ହଜାର ଡୋଜ୍ ଦିଆସରିଛି କରୋନା ଟିକା । ସେଥିରୁ ୩କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଦିଆସରିଛି । ୨କୋଟି ୬୬ଲକ୍ଷଙ୍କୁ ଦ୍ୱିତୀୟ ଡୋଜ୍ ଦିଆସରିଛି । ୭ଲକ୍ଷ ୬୧ହଜାର ଲୋକଙ୍କୁ ବୁଷ୍ଟର ଡୋଜ୍ ଦିଆଯାଇଛି । ଟିକାକରଣରେ ରାଜ୍ୟର ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛି ସ୍ୱାସ୍ଥ୍ୟ ବିଭାଗ । ଏଯାଏଁ ୨୪ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ସେମାନଙ୍କୁ ତୁରନ୍ତ ଦ୍ୱିତୀୟ ଡୋଜ୍ ଦିଆଯିବା ପାଇଁ ଆଶା ଓ ଅଙ୍ଗନଓ୍ୱାଡି କର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଏକ ତାଲିକା ପ୍ରସ୍ତୁତ କରିଛି ।  ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ କରୋନା ପ୍ରଭାବ କମ୍ ହୋଇଥିବା ବେଳେ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ହଟିଛି ନାଇଟକର୍ଫ୍ୟୁ । ରାଜ୍ୟର ସବୁ ସହରାଞ୍ଚଳରୁ ହଟିଲା ରାତ୍ରିକାଳୀନ କର୍ଫ୍ୟୁ । ଆଜିଠୁ ସାରା ରାଜ୍ୟରେ ଏହି ନିୟମ ଲାଗୁ ହେବ । ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗିଥିଲା । ତେବେ ବିଗତ ପାଞ୍ଚ ଦିନ ହେଲା ରାଜ୍ୟରେ ଲଗାତାର ଭାବରେ ଏକ ହଜାରେ ତଳେ ସଂକ୍ରମଣ ରହିଛି । ଏହାକୁ ଦୃଷ୍ଟିରେ ରଖି ଏସଆରସି ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ହଟିଲା ନାଇଟ କର୍ଫ୍ୟୁ

 

Leave a Reply