କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା, ବିଶ୍ୱ ପାଇଁ ମାର୍ଗଦର୍ଶକ

1 min read

ଭୁବନେଶ୍ୱର: ମହାମାରୀ କରୋନା ମୁକାବିଲାରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ପ୍ରେରଣା । ଦେଶ କାହିଁକି, ବିଶ୍ୱ ପାଇଁ ମାର୍ଗଦର୍ଶକ ହେଉଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ନେଇଥିବା ପ୍ରତିଟି ପଦକ୍ଷେପ ପ୍ରଶଂସନୀୟ । ତାମିଲ ପତ୍ରିକା ଭିକାତନ ଏପ୍ରିଲ୍ ସଂଖ୍ୟାରେ ନବୀନଙ୍କୁ କଭର ପେଜରେ ସ୍ଥାନ ଦେବା ସହ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସାରା ବିଶ୍ୱ ପାଇଁ ମାର୍ଗଦର୍ଶକ ସାଜିଥିବା ଉଲ୍ଲେଖ କରିଛି ।

ଦେଶ ବିପଦ ସହ ଲଢ଼ୁଛି । କରୋନା ପାଇଁ ବିରୋଧ ପ୍ରଦର୍ଶନ, ବିକ୍ଷୋଭ, ଖେଳ, ସମାରୋହ ସବୁ କିଛି ବନ୍ଦ ହୋଇଯାଇଥିବା ବେଳେ ଘରେ ବନ୍ଦୀ ହୋଇ ରହିଛନ୍ତି ଲୋକେ । ଜୀବନରେ ଡର ମୁଖ୍ୟ ଚିନ୍ତାର ବିଷୟ ହୋଇଥିବା ବେଳେ ଅନ୍ୟ ସବୁ ସମସ୍ୟା ପଛରେ ପଡ଼ିଛି । ୨୦୧୯ରେ ଚୀନରୁ ଆରମ୍ଭ ମହମାରୀ କରୋନା ଆମେରିକା ସହ ବ୍ରିଟେନ୍ ଭଳି ଶକ୍ତିଶାଳୀ ରାଷ୍ଟ୍ରକୁ ବି ଡରେଇ ରଖିଛି । ଦେଶର ପ୍ରଧାନମନ୍ତ୍ରୀ କେବେ ତାଳି ମାରିବାକୁ ତ ଆଉ କେବେ ଦୀପ ଜାଳିବାକୁ କହୁଛନ୍ତି ।

୩ ସପ୍ତାହ ପାଇଁ ଦେଶ ଲକ୍ ଡାଉନ୍, ମୁକାବିଲା ପାଇଁ ୧୫ ହଜାର କୋଟି ଘୋଷଣା

କରୋନା ପାଇଁ ଭ୍ୟାକ୍ସିନ୍ ବାହାରି ନାହିଁ । ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ରକ୍ଷା ଏକମାତ୍ର ପନ୍ଥା । ସବୁ ରାଜ୍ୟ କରୋନାକୁ ନେଇ ଶୋଇଥିବା ବେଳେ ଏକମାତ୍ର ରାଜ୍ୟ ଭାବେ ଏହାର ମୁକାବିଲା ପାଇଁ ପ୍ରଥମେ ଆଗେଇ ଆସିଥିଲା ଓଡ଼ିଶା ।

ଓଡ଼ିଶାର ପ୍ରସ୍ତୁତି ଦେଖି ଅନ୍ୟ ରାଜ୍ୟ ମଧ୍ୟ ମୁକାବିଲା ପାଇଁ ପ୍ରସ୍ତୁତ ହୋଇଥିଲେ । ଓଡ଼ିଶା ଏଭଳି ଏକ ରାଜ୍ୟ ଯିଏ ବହୁ ବାତ୍ୟା ଓ ବନ୍ୟାକୁ ସଫଳତାର ସହ ମୁକାବିଲା କରିଛି । ଆଉ ଏଥିରେ ଜନତାଙ୍କଠାରୁ ଆରମ୍ଭ କରି ରାଜନେତା ଓ ପ୍ରଶାସନିକ ଅଧିକାରୀ ସମସ୍ତଙ୍କ ରହିଛି ଭାଗିଦାରୀ । ସମସ୍ତେ ହୋଇଛନ୍ତି ଏକାଠି । ଯାହାଫଳରେ ବିପଦ ପ୍ରଭାବହୀନ ହୋଇଛି ।

ବିଧାନସଭା ପରିସରରେ ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ

ମାର୍ଚ୍ଚ ୧୩ରେ ପ୍ରଧାନମନ୍ତ୍ରୀ ମୋଦି କରୋନାର ସଂକ୍ରମଣ ରୋକିବାକୁ ସଂସଦରେ ମନ୍ତ୍ରିମଣ୍ଡଳ ସହ ବୈଠକ କରିଥିଲେ । ସେହିଦିନ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ପରିସରରେ ସାଂସଦ, ମନ୍ତ୍ରୀ ଓ ବିଧାୟକମାନଙ୍କୁ ହାତକୁ କିପରି ଜୀବାଣୁମୁକ୍ତ କରିବେ ତାକୁ ରାଜ୍ୟବାସୀଙ୍କୁ ଶିଖାଇବା ସହ ସଚେତନ କରିଥିଲେ । ସେହିଦିନ ରାଜ୍ୟରେ ଓଡ଼ିଶା କୋଭିଡ୍-୧୯ ନିୟାମକ ୨୦୨୦ ମଧ୍ୟ ଲାଗୁ ହୋଇଥିଲା ।

ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରେ ?

ଏହାପରେ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଯାଇଥିଲା । ଗୁଜବ ରୋକିବାକୁ ସରକାର ଲୋକଙ୍କ ପାଖରେ ସଠିକ୍ ଖବର ପହଞ୍ଚାଇବା ପାଇଁ ସୁବ୍ରତ ବାଗଚୀଙ୍କୁ କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ନିଯୁକ୍ତ କରିଥିଲେ । ଆଉ ସେ ପ୍ରତିଦିନ ଅପରାହ୍ଣ ୪ଟା ୩୦ରେ ମିଡିଆକୁ ସମ୍ବୋଧନ କରୁଛନ୍ତି । ବିଭିନ୍ନ ବିଭାଗର ପଦକ୍ଷେପ ଓ ତଥ୍ୟ ଲୋକଙ୍କୁ ଅବଗତ କରାଉଛନ୍ତି । ଓଡ଼ିଶା ସରକାର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ୪ ମାସର ଅଗ୍ରୀମ ଦରମା ଦେବା ସହ ବରିଷ୍ଠ ଓ ଭିନ୍ନକ୍ଷମଙ୍କୁ ୪ ମାସର ଆଗୁଆ ଭତ୍ତା ଦେଇଛନ୍ତି । ପିଡିଏସ ହିତାଧିକାରୀଙ୍କୁ ୩ ମାସର ସାମଗ୍ରୀ ସହ ଟଙ୍କା ବଣ୍ଟନ କରିଥିଲେ । ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଚିଠି ଲେଖିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଇମୋସନାଲ ଅପିଲ୍, ଘରୁ ବାହାରନ୍ତୁ ନାହିଁ…

ଦେଶ ଜନତା କର୍ଫ୍ୟୁ ପାଳୁଥିବା ବେଳେ ଓଡ଼ିଶା ଆରମ୍ଭ କରିଥିଲା ଆଂଶିକ ଲକଡାଉନ୍ । ଆଉ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଷ୍ଠା କରିଛି କୋଭିଡ୍-୧୯ ହସ୍ପିଟାଲ । ଏସବୁ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ତାମିଲ୍ ପ୍ରତିକା ପ୍ରଂଶସା କରିଛି ।

ଅର୍ଥନୀତି ଅପେକ୍ଷା ଜୀବନ ବଡ଼, ଏପ୍ରିଲ ୩୦ ଯାଏଁ ରାଜ୍ୟରେ ଜାରି ରହିବ ଲକ୍‌ଡାଉନ୍

Leave a Reply