ବିଧାନସଭା ପରିସରରେ ହାତ ଧୋଇ ସଚେତନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭା ପରିସରରେ କରୋନା ସଚେତନତା । ନିଜେ ହାତ ଧୋଇ ସମସ୍ତଙ୍କୁ ସଚେତନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆତଙ୍କ ଖେଳାଉଥିବା ମହାମାରୀ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ଜନସଚେତନତା ସୃଷ୍ଟି କରିଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ଅନ୍ୟ ବିଧାୟକଙ୍କ ସହ ହାତ ଧୋଇଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ଠାରୁ ବର୍ତ୍ତିବାକୁ ହେଲେ କଣ ସବୁ କରିବାକୁ ପଡ଼ିବ ସେ ନେଇ ମୁଖ୍ୟମନ୍ତ୍ରୀ ସଚେତନ କରିଛନ୍ତି । ନିଜେ ସାବୁନରେ ହାତ ଧୋଇ ଅନ୍ୟମାନଙ୍କୁ ନିୟମିତ ହାତ ସଫା ରଖିବାକୁ ପ୍ରେରଣା ଦେଇଛନ୍ତି । ବିଧାନସଭା ପରିସରରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ, ବାଚସ୍ପତି, କ୍ୟାବିନେଟ ସଦସ୍ୟ, ସବୁ ବିଧାୟକ ଉପସ୍ଥିତ ଥିଲେ ।

Leave a Reply