ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରେ ?

1 min read

ଦିଲ୍ଲୀ ସରକାର କରୋନାକୁ ମହାମାରୀ ଘୋଷଣା କରିଛନ୍ତି । ମାସକ ପାଇଁ ପାଇଁ ସ୍କୁଲ,କଲେଜ ଓ ସିନେମା ହଲ ବନ୍ଦ ପାଇଁ ଆଦେଶ ଦେଇଛନ୍ତି । ଏହା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରୋନାକୁ ପାନଡେମିକ୍ ଘୋଷଣା କରିଛି । ତେବେ ଏହି ପାନଡେମିକ୍ କଣ ? କିଏ ଗୋଟିଏ ରୋଗକୁ ପାନଡେମିକ୍ ବୋଲି ଘୋଷଣା କରିଥାଏ ? ପାନଡେମିକ୍ ଘୋଷଣା କରିବାର ଗାଇଡ୍ ଲାଇନ୍ କିଛି ଅଛି କି ? ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାନ୍ତି ଯଦି ପଢନ୍ତୁ…

ପାନଡେମିକ୍ କଣ ?

କୌଣସି ରୋଗକୁ ପାନଡେମିକ୍ ଘୋଷଣା କରିବା ଦ୍ୱାରା ସେହି ରୋଗର ବୈଶିଷ୍ଚ୍ୟରେ କିଛି ମଧ୍ୟ ପରିବର୍ତ୍ତନ ଆସି ନଥାଏ । କୌଣସି ରୋଗ ଯେତେବେଳେ ଭୌଗଳିକ ସୀମା ସରହଦକୁ ଟପି ଦୃତଗତିରେ ବିସ୍ତାର ଲାଭ କରେ ସେହି ପରିସ୍ଥିତିକୁ ବର୍ଣ୍ଣନା କରିବାକୁ ଯାଇ ତାକୁ ପାନଡେମିକ୍ କୁହାଯାଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଗୋଟିଏ ନୂଆ ରୋଗ ଯାହାର ପ୍ରତିରୋଧକ କ୍ଷମତା ମଣିଶ ପାଖରେ ନଥାଏ,.ଯେତେବେଳେ ବିଶ୍ୱରେ ବ୍ୟାପେ ସେତେବେଳେ ତାହାକୁ ପାନଡେମିକ୍ ବୋଲି ଘୋଷଣା କରା ଯାଇଥାଏ ।

ଗୋଟିଏ ରୋଗକୁ ପାନଡେମିକ୍ ଘୋଷଣା କରିବାକୁ ଡବ୍ଲୁଏଚଓ କେମିତି ନିଷ୍ପତି ନିଏ ?

କୌଣସି ବିଦେଶୀ ରାଷ୍ଟ୍ରରେ ଯେତେବେଳେ ଜଣେ ବ୍ୟକ୍ତି କୌଣଶି ରୋଗ ଦ୍ୱାରା ସଂକ୍ରମିତ ହୋଇ ନିଜ ଦେଶକୁ ସେହି ଭୂତାଣୁ ସହ ଫେରନ୍ତି କିମ୍ବା ନିଜ ଦେଶରେ ଯଦି ଜଣେ ବ୍ୟକ୍ତି ବିଦେଶୀ ଭ୍ରମଣକାରୀଙ୍କ ଦ୍ୱାରା ସଂକ୍ରମିତ ହୁଅନ୍ତି,ସେମାନଙ୍କୁ ‘‘ଇଣ୍ଡେକ୍ସ କେସ୍’’ କୁହାଯାଏ । ତେବେ ଇଣ୍ଡେକ୍ସ କେସକୁ ଆଧାର କରି ପାନଡେମିକ୍ ଘୋଷଣା କରାଯାଇ ନଥାଏ । ସଂକ୍ରମଣର ଦ୍ୱିତୀୟ ଷ୍ଟେଜରେ ଯେତେବେଳ ଗୋଟିଏ ଦେଶ କିମ୍ବା ସମୁଦାୟର ଲୋକ ସଂକ୍ରମିତ ହୁଅନ୍ତି ,ସେତେବେଳେ ଏହାକୁ ପାନଡେମିକ୍ ଘୋଷଣା କରାଯାଇଥାଏ ।

ଥରେ ପାନଡେମିକ୍ ଘୋଷଣା ହେବା ପରେ ଭୂତାଣୁ ତୀବ୍ର ଗତିରେ ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ଥାଏ । ଏଭଳି ପରିସ୍ଥିତିରେ ସରକାର ଓ ସ୍ୱାସ୍ଥ୍ୟ ସିଷ୍ଟମକୁ ସତର୍କ ରହିବାକୁ ପଡେ ।

ପାନଡେମିକ୍ କେବେ ଘୋଷଣା ହୁଏ ?

WHO ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୌଣସି ରୋଗକୁ ପାନଡେମିକ୍ ଘୋଷଣା କରିଥାଏ । ତେବେ କୌଣସି ରୋଗକୁ ପାନଡେମିକ୍ ଘୋଷଣା କରିବାକୁ କିଛି ମଧ୍ୟ ନିର୍ଦ୍ଧିଷ୍ଟ ନିଯମ ବା ଗାଇଡ୍ ଲାଇନ୍ ନାହିଁ । ନିର୍ଦ୍ଧିଷ୍ଟ ସଂଖ୍ୟାରେ ମୃତ୍ୟୁ,କେତେ ଦେଶରେ ଏହା ବ୍ୟାପିଛି ,ଏହାକୁ ନେଇ ପାନଡେମିକ୍ ଘୋଷଣା ହୋଇ ନଥାଏ । ଉଦାହରଣ ସ୍ୱରୁପ ୨୦୦୩ରେ ସାର୍ସ ଭାଇରସ ୨୬ ଦେଶରେ ବ୍ୟାପି ଥିଲେ ମଧ୍ୟ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପାନଡେମିକ୍ ବୋଲି ଘୋଷଣା କରି ନଥିଲା ।

 

 

Leave a Reply