ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ଓ ବଦଳି

1 min read

ଭୁବନେଶ୍ୱର: ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ଓ ବଦଳି । ଭବାନୀ ଶଙ୍କର ଉଦ୍‌ଗାତା ହେଲେ ଢେଙ୍କାନାଳ ଏଏସପି । ବିଦ୍ୟୁତ ପଣ୍ଡା ନୟାଗଡ଼ ଏଏସ୍‌ପି ହୋଇଥିବାବେଳେ କୃଷ୍ଣ ପ୍ରସାଦ ପଟ୍ଟନାୟକ କଟକ ଏଏସ୍‌ପି ହୋଇଛନ୍ତି । ଉତ୍ତମ କୁମାର ମହାନ୍ତି ହେଲେ ଡିଏସ୍‌ପି ସ୍ପେଶାଲ ବ୍ରାଞ୍ଚ । ବିଚିତ୍ରାନନ୍ଦ ସେଠୀ ଡିଏସ୍‌ପି କଳାହାଣ୍ଡି ମୁଖ୍ୟାଳୟ, ଦିଲ୍ଲୀପ କୁମାର ତ୍ରିପାଠୀ ଭୁବନେଶ୍ୱର EOW ଏଏସପି, ବିଳାସିନୀ ନାୟକ ଭୁବନେଶ୍ବର ଏସ୍‌ଟିଏଫ୍ ଏଏସପି, ସଂଗ୍ରାମ କେଶରୀ ବିଶ୍ୱାଳ ହେଲେ OHRC ଡିଏସ୍‌ପି  ।

ସେହିପରି ନିରଞ୍ଜନ ବେହେରା CAW ଓ CW ଡିଏସ୍‌ପି ହୋଇଛନ୍ତି । ସେହିପରି ଅଭିଜିତ୍ ମୁଖାର୍ଜୀ କଟକ ମୁଖ୍ୟାଳୟ ଡିଏସ୍‌ପି, ରବି ନାରାୟଣ ପାଢୀ ଡିଏସ୍‌ପି CAW ଓ CW, ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୋନପୁର DIB ଡିଏସ୍‌ପି, ଦେବୀପ୍ରସାଦ ପାତ୍ର କଟକ ମୁଖ୍ୟାଳୟ ଡିଏସ୍‌ପି L/R ଓ ବିଚିତ୍ରାନନ୍ଦ ସେଠୀ ଡିଏସ୍ପି କଳାହାଣ୍ଡି ମୁଖ୍ୟାଳୟ ଭାବେ ନିଯୁକ୍ତ ହୋଇଛନ୍ତି ।