ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଏଫସି ଖେଳାଳି

ଭୁବନେଶ୍ୱର: ସୁପର କପ୍ ଜିତିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶା ଏଫସି ଖେଳାଳି । ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡିଶା ଏଫସି ସହ ଜଡିତ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । କୋଚ ଓ ଖେଳାଳିମାନେ ଆମକୁ ଗର୍ବିତ କରିଛନ୍ତି । ଓଡିଶା ଏଫସି ସେମାନଙ୍କର ବିଜୟ ଫର୍ମ ଜାରି ରଖିବେ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାର ଏକ ନୂତନ ପିଢ଼ିଙ୍କୁ ଫୁଟବଲ ପ୍ରେରଣା ଦେବ ।

ସେମାନଙ୍କର ସଫଳତା ହେଉଛି ସେମାନଙ୍କର ପ୍ରତିବଦ୍ଧତା ଏବଂ ସେମାନଙ୍କର ଲକ୍ଷ୍ୟ ହାସଲ କରିବାର ସଂକଳ୍ପ । ପ୍ରତ୍ୟେକ ଖେଳାଳିଙ୍କୁ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ଏବଂ ଦଳ ପାଇଁ ଅବଦାନ ପାଇଁ ପ୍ରଶଂସା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେରଳରେ ଖେଳାଯାଇଥିଲା ଏହି ଟୁର୍ଣ୍ଣାମେଣ୍ଟ । ମ୍ୟାଚରେ ୧୬ ଟି ଟିମ୍ ଭାଗ ନେଇଥିବା ବେଳେ ଓଡ଼ିଶା ଏଫସି ପ୍ରଥମ ଥର ପାଇଁ ଏଥିରେ ଭାଗ ନେଇଥିଲା ।

ପ୍ରଥମ ଥରରେ ହିଁ ଚାମ୍ପିଅନ୍ ହୋଇଛି ଦଳ। ଆଇ.ଏସ.ଏଲରେ ଦଳ ସେତେ ମାତ୍ରାରେ ଭଲ ପ୍ରଦର୍ଶନ କରି ପାରିନଥିଲେ ମଧ୍ୟ ସୁପର କପରେ ଦମଦାର ପ୍ରଦର୍ଶନ କରି ଚାମ୍ପିଅନ୍ ହୋଇଛି । ଓଡିଶା ଏଫସି ସମସ୍ତ ଖେଳାଳି, କୋଚ , ସଭାପତି,କ୍ଲବ ମ୍ୟାନେଜର ଓ ମନୋସତ୍ତ୍ୱବିତ ଭେଟି ମୁଖ୍ୟମନ୍ତ୍ରୀଙ୍କୁ ଟ୍ରଫି ଦେଖାଇଥିଲେ । ଏହା ସହିତ କ୍ରୀଡା କ୍ଷେତ୍ରରେ ଓଡ଼ିଶାର ଭିତ୍ତଭୂମିର ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।