୧୧ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧୧ ହଜାର ୧୭୭ ପଜିଟିଭ୍ ଚିହ୍ନଟ

1 min read

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ଟପିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୧ ହଜାର ୧୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୩ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୪୭୯ କେସ୍ ଚିହ୍ନଟ ହୋଇଥିବାବେଳେ ଲୋକଲ କେସ୍ ୪ ହଜାର ୬୯୮ କେସ୍ ଚିହ୍ନଟ ହୋଇଛି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୧ ହଜାର ୧୬ ଜଣ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୪୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୨ ହଜାର ୧୩୬, କଟକରୁ ୮୨୯, ଷ୍ଟେଟପୁଲରୁ ୭୩୭, ସମ୍ବଲପୁରରୁ ୩୭୯, ବାଲେଶ୍ୱରରୁ ୩୪୨, ବଲାଙ୍ଗୀରରୁ ୩୧୨, ମୟୂରଭଞ୍ଜରୁ ୨୭୬, ସୋନପୁରରୁ ୨୩୮, ଝାରସୁଗୁଡାରୁ ୧୯୩, ରାୟଗଡ଼ାରୁ ୧୮୪, ଯାଜପୁରରୁ ୧୭୯, କଳାହାଣ୍ଡିରୁ ୧୭୩, ଜଗତସିଂହପୁରରୁ ୧୬୪, ନୟାଗଡ଼ରୁ ୧୫୯, ନବରଙ୍ଗପୁରରୁ ୧୫୫, କୋରାପୁଟରୁ ୧୫୨, ପୁରୀରୁ ୧୪୧, ଅନୁଗୁଳରୁ ୧୩୨, ବରଗଡ଼ରୁ ୧୨୩, ଗଞ୍ଜାମରୁ ୧୦୮, ଭଦ୍ରକରୁ ୯୨, ନୂଆପଡାରୁ ୭୯, ଗଜପତିରୁ ୭୩, ବୌଦ୍ଧ ଓ କେନ୍ଦ୍ରାପଡାରୁ ୭୧ଜଣ ଲେଖାଏଁ, କେନ୍ଦୁଝରରୁ ୬୯, ଢେଙ୍କାନାଳରୁ ୬୫, ମାଲକାନଗିରିରୁ ୪୯, କନ୍ଧମାଳରୁ ୪୭ ଓ ଦେବଗଡ଼ରୁ ୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୦ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

 

Leave a Reply