spot_img

Latest Posts

ଗ୍ରୀଷ୍ମକୁ ବଳିଗଲା ଜଳକଷ୍ଟ, ପାଣି ପାଇଁ ଡହଳବିକଳ ଲୋକେ

ଅନୁଗୋଳ: ଅନୁଗୋଳରେ ଗ୍ରୀଷ୍ମକୁ ବଳିଗଲା ଜଳକଷ୍ଟ । ଜିଲ୍ଲାରେ ଖଣି ଓ କାରଖାନା ଯୋଗୁଁ ତାପାମାତ୍ରା ବଢ଼ୁଥିବାବେଳେ ପାଣି ପାଇଁ ଡହଳବିକଳ  ଲୋକେ।। ପାଣି ଯୋଗାଇବା ପାଇଁ ସରକାରୀ ତହବିଲରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ଅନେକ ଯୋଜନା ମଧ୍ୟ କରାଯାଉଛି। ହେଲେ ବାଟବଣା ସରକାରଙ୍କ ଅଧିକାଂଶ ଯୋଜନା। ଡହ ଡହ ଖରାରେ ଲୋକଙ୍କୁ ମିଳୁନି ପିଇବା ପାଣି । ଅଧିକାଂଶ ଅଞ୍ଚଳରେ ଯେଉଁ ପାଣି ଯୋଗାଇ ଦିଆଯାଉଛି , ତାହା ବ୍ୟବହାର ଉପଯୋଗୀ  ନୁହେଁ। ପାଣିରେ କୁଟା କାଠି ସହ ଗୁଣ୍ଡ ଭାସୁଥିବା ଅଭିଯୋଗ ହୋଇଛି ।  ପାଣି ବୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଅନୁଗୋଳବାସୀ । ମୁଖ୍ୟତଃ ତାଳଚେର ଅଞ୍ଚଳର ଲୋକଙ୍କୁ ବିଷାକ୍ତ ପାଣି ଯୋଗାଇ ଦିଆଯାଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଅସନ୍ତୋଷ ଦେଖା ଦେବା ସହ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।

ଖଣି ଖାଦାନରେ ଭରା ଅନୁଗୋଳ ସଦର ମହକୁମା ସମେତ ତାଳଚେର , ଛେଣ୍ଡିପଦା , କଣିହାଁରେ ଜଳକଷ୍ଟ ଦେଖାଦେଉଛି । ପାଣି ଯୋଗାଣ ପାଇଁ ପ୍ରଶାସନ ପକ୍ଷରୁ ଏହି ସବୁ ଅଞ୍ଚଳକୁ ଗୁରୁତ୍ୱ ଦିଆଯାଇ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଆଜି ଯାଏ ଅନେକ ଲୋକ ପାଣି ପାଉ ନାହାଁନ୍ତି । ପାଇପ ସହାୟତାରେ ଘରକୁ ଘର ପାଣି ଯୋଗାଇବା ହେଉ କି ଟ୍ୟାଙ୍କର ଯୋଗେ ସାହି ବସ୍ତିକୁ ପାଣି ପହଁଞ୍ଚାଇବା ପାଇଁ RWSS , DMF , MLA ଲାଡ଼ , ବସୁଧା ଯୋଜନା , CSR ଭଳି ଅନେକ ଫଣ୍ଡରୁ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଲୋକ ପାଣି ପାଉ ନଥିବା ଅଭିଯୋଗ ହୋଇଛି ।

Latest Posts

Don't Miss