ଦୋଳ ପୂର୍ଣ୍ଣିମାରେ ଆସିଲା ନୂତନ ପଞ୍ଜିକା, କ’ଣ ରହିଛି ଜାଣନ୍ତୁ…

ନନ୍ଦିଘୋଷ ବ୍ୟୁରୋ: ଚଳିତ ପାଞ୍ଜିର ରାଜା ହେଉଛନ୍ତି ଶୁକ୍ର । ଚଳିତ ବର୍ଷ କୌଣସି ପାଳନୀୟ ଗ୍ରହଣ ନାହିଁ । ମେ ମାସରେ ପ୍ରବଳ ଖରା ହେବାର ସମ୍ଭାବନା ସହ ନଭେମ୍ବର ଡିସେମ୍ବରରେ ଝଡାବାତ୍ୟାର ସମ୍ଭାବନା ରହିଥିବା ପଣ୍ଡିତମାନେ ଆକଳନ କରିଛନ୍ତି । ସମସ୍ତ ରାଶି ଚକ୍ର ଠିକ ଥିବାରୁ ଆୟବ୍ୟୟ ପ୍ରାୟତଃ ସବୁ ରାଶିର ଭଲ ରହିବ । ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ଅନୁକୁଳ ହୋଇ ନୂତନ ପଞ୍ଜିକା ।

ପରମ୍ପରା ଅନୁଯାୟୀ ରାଜାରାଜୁଡା ସମୟରୁ ତାଳ ପତ୍ର ପାଞ୍ଜିର ପ୍ରଚଳନ ହେଉଥିଲା । ପବିତ୍ର ଦୋଳପୂର୍ଣ୍ଣିମାରେ ଆରାଧ୍ୟ ଦେବାଦେବୀଙ୍କ ନିକଟରେ ପୂଜା ପରେ ଏହାକୁ ପାଠ କରାଯାଉଥିଲା । ଆଜି ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପାଖରେ ଏବଂ ଅନ୍ୟ ଦେବାଦେବୀଙ୍କ ନିକଟରେ ପାଞ୍ଜିର ଅନୁକୁଳ କରାଯିବ ।