ସ୍କୁଲ୍‌ରେ ଲାଗୁ ହେବ ଅଡ୍-ଇଭେନ୍‌ ଫର୍ମୁଲା: ସ୍କୁଲକୁ ଆସିବେ ୫୦% ଛାତ୍ରଛାତ୍ରୀ

1 min read

 ଭୁବନେଶ୍ୱର: ସ୍କୁଲରେ ଲାଗୁ ହେବ ଅଡ୍‌-ଇଭିନ୍‌ ଫର୍ମୁଲା । ପ୍ରତିଦିନ ଅଧା ଛାତ୍ରଛାତ୍ରୀ ଆସିବେ ସ୍କୁଲ । ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ହେବ ପାଠପଢ଼ା । କାରଣ କରୋନା ପାଇଁ ବିଳମ୍ବ ହେଲାଣି ପାଠପଢା ।

ସଂକ୍ରମଣ ଭୟରେ ସବୁ ସ୍କୁଲ କଲେଜ ବନ୍ଦ । ପାଠ ପଢିବା ପାଇଁ ନାହିଁ ନଥିବା ହଇରାଣ ହେଉଛନ୍ତି ଛାତ୍ରଛାତ୍ରୀ । ଏଭଳି ପରିସ୍ଥିତିରେ କିଭଳି ପାଠପଢ଼ା ହେବ ସେ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ର।ଳୟକୁ ପ୍ରସ୍ତାବ ଦେଇଛି ନ୍ୟାସନାଲ କାଉନ୍‌ସିଲ ଅଫ ଏଜୁକେସନାଲ୍‌ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ।

ଏସବୁ ପ୍ରଶ୍ନ ଏବେ ଅସମାହିତ ହୋଇଥିବା ବେଳେ ଆଶ୍ୱସ୍ତ କରିଛି NCERT ର ପ୍ରସ୍ତାବ । ସ୍କୁଲରେ ଅଡ୍‌-ଇଭିନ୍‌ ଫର୍ମୁଲା ଲାଗୁ କରିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । ଜୁଲାଇ ବେଳକୁ ଦେଶର ସବୁ ସ୍କୁଲ ଖୋଲିବା ନେଇ ଆଶା କରାଯାଉଛି ।

ତେଣୁ ସ୍କୁଲ ଖୋଲିଲେ ଯ଼ୁଗ୍ମ ତାରିଖ ଦିନ ଯୁଗ୍ମ ରୋଲ ନମ୍ବର ଥିବା ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ । ପରଦିନ ଅଯୁଗ୍ମ ରୋଲ ନମ୍ବର ଥିବା ପିଲା ପାଠ ପଢିବେ । ଫଳରେ ସ୍କୁଲକୁ ୫୦ ପ୍ରତିଶତ ଛାତ୍ରଛାତ୍ରୀ ଆସିବେ । ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷାକରି ପାଠପଢା ସମ୍ଭବ ହୋଇପାରିବ । ଏଭଳି ବ୍ୟବସ୍ଥାକୁ ସ୍ୱାଗତ କରିଛନ୍ତି ଶିକ୍ଷାବିତ୍‌ ।

ଲକଡାଉନ୍‌ ଆରମ୍ଭରୁ ଛାତ୍ରଛାତ୍ରୀମାନେ ଘରେ ରହିଛନ୍ତି । ପାଠ ପଢା ଠପ୍‌ ହୋଇଯାଇଛି । ରାଜ୍ୟ ସରକାରଙ୍କ ଉଦ୍ୟମରେ କିଛି ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢୁଛନ୍ତି । କିନ୍ତୁ ଏହି ବ୍ୟବସ୍ଥାରେ ଅନେକ ଛାତ୍ରଛାତ୍ରୀ ପାଠ ପଢିବା ଅସମ୍ଭବ ହୋଇପଡିଛି । ଅନ୍‌ଲାଇନ୍‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସେମାନଙ୍କର ଡାଉଟ୍‌ କ୍ଳିୟର କରିବା ଅସମ୍ଭବ ହୋଇପଡୁଛି । ସଂପୂର୍ଣ୍ଣ ସ୍କୁଲ ବନ୍ଦ ହେବା ଅପେକ୍ଷା ଦିନେ ଛାଡି ଦିନେ ସ୍କୁଲ ଗଲେ ପିଲାମାନେ କିଛି ଶିକ୍ଷା ପାଇବେ ବୋଲି ଆଶାବ୍ୟକ୍ତ କରିଛନ୍ତି ଅଭିଭାବକ ।

ସେପଟେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ କଥାବାର୍ତ୍ତା ପାଇଁ ପାଠ୍ୟକ୍ରମକୁ ଡିଜିଟାଇଜ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଏନସିଇଆରଟି ଏଥିପାଇଁ ସ୍ୱତନ୍ତ୍ର ମ୍ୟାଟେରିଆଲ ଏବଂ ଲାଇଭ ଇଣ୍ଟର ଆକ୍ସନ ବିଷୟବସ୍ତୁ ପ୍ରସ୍ତୁତ କରିବାକୁ ଯୋଜନା କରିଛି । ଇଚ୍‌ କ୍ଳାସ୍ ଓ୍ୱାନ୍ ଚ୍ୟାନେଲ୍‌ ଯୋଜନାରେ ଏହାକୁ ଟିଭି ମାଧ୍ୟମରେ ପ୍ରସାରଣ କରାଯାଇପାରିବ ବୋଲି ପରିଷଦ ମାନବ ସମ୍ବଳ ବିକାଶ ମନ୍ତ୍ର।ଳୟକୁ ଜଣାଇଛି ।

Leave a Reply