ସ୍ୱାମୀଙ୍କ ଠାରୁ ୬ମାସ ହେବ ଅଲଗା ରହି କେମିତି ଗର୍ଭବତୀ ହେଲେ ନୁସରତ ? ପିଲାର ବାପାକୁ ନେଇ ଏମିତି ପୋଷ୍ଟ କଲେ ତସଲିମା

1 min read

ଗର୍ଭ ଧାରଣକୁ ନେଇ ଚର୍ଚ୍ଚାରେ ଜଣେ ନେତ୍ରୀ ତଥା ଅଭିନେତ୍ରୀ ନୁସରତ ଜାହାଁ । ଟିଏମସିର ସାଂସଦ ନୁସରତ ଗର୍ଭବତୀ ହେବା ପରେ ତାଙ୍କ ପିଲାର ବାପା କିଏ ସେ କାହାର ଗର୍ଭକୁ ଧାରଣ କରିଛନ୍ତି ତାହା ଉପରେ ଚର୍ଚ୍ଚା ଜୋର ଧରିଛି । ଯଦିଓ ସେ ବିବାହିତା କିନ୍ତୁ ସେ ଦୀର୍ଘ ୬ମାସ ହେବ ତାଙ୍କ ସ୍ୱାମୀ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ରହୁ ନଥିବା ଜଣାପଡ଼ିଛି । ତେବେ ଏହି ପରିସ୍ଥିତିରେ ନୁସରତଙ୍କ ଗର୍ଭରେ ବଢୁଥିବା ପିଲା କାହାର ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ସୂଚନା ଅନୁସାରେ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ୨୦୧୯ରେ ବ୍ୟବସାୟୀ ନିଖିଲ ଜୈନଙ୍କୁ ତୁର୍କୀରେ ବିବାହ କରିଥିଲେ। ଏବଂ ଏହାକୁ ନେଇ ନୁସରତ ନିଜେ ସୋସିଆଲ ମିଡିଆରେ ତାଙ୍କ ବିବାହ ଫଟୋ ମଧ୍ୟ ସେୟାର କରିଥିଲେ। କିନ୍ତୁ ବର୍ତ୍ତମାନ ଅଭିନେତ୍ରୀ କହିଛନ୍ତି ଯେ ତାଙ୍କ ବିବାହ ବୈଧ ନୁହେଁ। କିଛି ଦିନ ହେବ ତାଙ୍କ ମଧ୍ୟରେ କଳହ କାରଣରୁ ଦୁହେଁ ପରସ୍ପରଠାରୁ ଅଲଗା ରହୁଛନ୍ତି । ତେବେ ନୁସରତ ଗର୍ଭବତୀ ହେବା କଥା ଜାଣିବା ପରେ ନିଖିଲ କହିଛନ୍ତି ଯେ, ଏବିଷୟରେ ସେ କିଛି  ଜାଣିନାହାଁନ୍ତି । ଯଦି ବି ନୁସରତ ଗର୍ଭବତୀ ଅଛନ୍ତି ତେବେ ସେ ପିଲା ତାଙ୍କର ନୁହେଁ ।

ଅନ୍ୟପଟେ ନୁସରତ କହିଛନ୍ତି ଯେ, ଏହି ବିବାହ ବିଦେଶରେ ହୋଇଥିଲା ଏବଂ ଏହା ଦୁଇଟି ଭିନ୍ନ ଭିନ୍ନ ଧର୍ମର ବ୍ୟକ୍ତିଙ୍କ ମଧ୍ୟରେ ହୋଇଥିଲା ତେଣୁ ଭାରତରେ ଏହାକୁ ବୈଧ କୁହାଯାଇ ପାରିବ ନାହିଁ । ତେଣୁ ଏହାକୁ ରିଲେସନସିପ କିମ୍ବା ଲିଭ-ଇନ୍ ରିଲେସନସିପ କହିପାରିବା । ଏଥିରେ ଛାଡ଼ପତ୍ରର କୌଣସି ପ୍ରଶ୍ନ ଉଠୁନାହିଁ । ଆମେ ଦୁହେଁ କେବେ ଠାରୁ ଅଲଗା ହୋଇସାରିଛୁ । ଅନ୍ୟପଟେ ନିଖିଲ ଏକ ମାମଲା ରୁଜୁ କରି କହିଛନ୍ତି ଯେ, ନୁସରତ ତାଙ୍କ ସହ ନୁହେଁ ବରଂ ଆଉ କାହା ସହ  ରହିବାକୁ ଚାହୁଁଛନ୍ତି ।

ତେବେ ଏହି ଘଟଣାକୁ ନେଇ ଏବେ ରାଜନୈତିକ ମାହୋଲ ମଧ୍ୟ ଗରମ ହେବାରେ ଲାଗିଛି । କାରଣ କୁହାଯାଉଛି କି ନୁସରତଙ୍କ ଜୀବନରେ ଆଉ ଜଣେ ପୁରୁଷ ଅଛନ୍ତି  । ସେହି ପୁରୁଷ ହେଉଛନ୍ତି ବିଜେପିର ନେତା ତଥା ଅଭିନେତା ୟଶ ଦାଶଗୁପ୍ତା । ନୁସରତ ଟିଏମସିର ସାଂସଦ ହୋଇଥିବା ବେଳେ ୟସ ହେଉଛନ୍ତି ବିଜେପିର ନେତା । ନୁସରତ ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିବା ପରେ ଏ ଦୁହିଁଙ୍କୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ବର୍ତ୍ତମାନ ଲେଖିକା ତସଲିମା ନାସରୀନ୍ ନିଜର ମତ ରଖିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ତସଲିମା ଫେସବୁକର ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନୁସରତଙ୍କୁ ସ୍ୱାମୀ ନିଖିଲଙ୍କୁ ଛାଡପତ୍ର ଦେବାକୁ ପରାମର୍ଶ ଦେଇଛନ୍ତି । ତସଲିମା ତାଙ୍କ ପୋଷ୍ଟରେ ଲେଖିଛନ୍ତି- ‘ନୁସରତଙ୍କ ଖବର ଚର୍ଚ୍ଚାରେ ଅଛି। ସେ ଗର୍ଭବତୀ ଅଛନ୍ତି। ତାଙ୍କ ସ୍ୱାମୀ ନିଖିଲ ଏ ବିଷୟରେ କିଛି ଜାଣନ୍ତି ନାହିଁ । ଦୁହେଁ ଛଅ ମାସ ହେବ ଅଲଗା ହୋଇଯାଇଛନ୍ତି । କିନ୍ତୁ ଅଭିନେତ୍ରୀ ନୁସରତ ୟଶ ନାମକ ଜଣେ ଅଭିନେତାଙ୍କୁ ଭଲ ପାଉଛନ୍ତି।

ଲୋକମାନେ ଭାବୁଛନ୍ତି ଯେ ଶିଶୁର ବାପା ନିଖିଲ ନୁହଁନ୍ତି ୟଶ । ଏହା ଏକ ଖବର ହେଉ କି ଗୁଜବ ତାହା ନାହିଁ, ନିଖିଲ ଏବଂ ନୁସରତଙ୍କ ଛାଡପତ୍ର ହେବା ଭଲ ନୁହେଁ କି ? ଅସ୍ଥିର ସମ୍ପର୍କକୁ ଲମ୍ବା କରିବାର କୌଣସି ଅର୍ଥ ନାହିଁ । ଏହି କାରଣରୁ ଉଭୟ ଦଳ ଅସୁବିଧାରେ ପଡ଼ିପାରନ୍ତି । ଏହାସହ ସେ ଲେଖିଛନ୍ତି ଯେ, ସେ ଜଣେ ଆତ୍ମନିର୍ଭର ମହିଳା ସେ ତାଙ୍କ ପିଲାର ଲାଳନ ପାଳନ କରିପାରିବେ ଏଥିରେ କୌଣସି ସମସ୍ୟା ନାହିଁ । ପୁରୁଷମାନେ ମୁହାଁମୁହିଁ ହେବାର ଆବଶ୍ୟକତା ନାହିଁ । ବାସ୍ତବରେ ନିଖିଲ ଏବଂ ୟଶଙ୍କ ମଧ୍ୟରେ ପାର୍ଥକ୍ୟ କ’ଣ ! ଦୁଇଜଣ ତ ପୁରଷ ନା ।

ତେବେ ସୂଚନା ଯୋଗ୍ୟ ଯେ, ପଶ୍ଚିମବଙ୍ଗ ନିର୍ବାଚନ ସମୟରେ ନୁସରତଙ୍କୁ ନେଇ ୟଶ ଏହା ଉପରେ ସ୍ପଷ୍ଟ କରିଥିଲେ । ସେ କହିଥିଲେ ଯେ ନୁସରତଙ୍କ ସହ ତାଙ୍କର ବୃତ୍ତିଗତ ସମ୍ପର୍କ ଅଛି। ଉଭୟ ଦୁଇଟି ଭିନ୍ନ ଭିନ୍ନ ଦଳର ସମର୍ଥକ। ନୁସରତ ଜଣେ ଟିଏମସି ସମର୍ଥକ ହୋଇଥିବାବେଳେ ୟଶ ଜଣେ ବିଜେପି ସମର୍ଥକ। ଏହା ବ୍ୟତୀତ ତାଙ୍କର କୌଣସି ସମ୍ପର୍କ ନଥିବା ୟସ ସ୍ପଷ୍ଟ କରିଥିଲେ ।

Leave a Reply