କଟକରେ ନୂଆ-ଓ କାର୍ଯ୍ୟକ୍ରମ : ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ଗୁରୁମନ୍ତ୍ର

1 min read

କଟକ : କଟକ ବାଲିଯାତ୍ରା ତଳ ପଡିଆରେ ନୂଆ-ଓ କାର୍ଯ୍ୟକ୍ରମ। ଏଥିରେ ଯୋଗ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନୂଆ ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ। ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସେ କହିଥିଲେ।

ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ଅଛନ୍ତି । ସଫଳତା ପାଇବାକୁ ଛାତ୍ରଛାତ୍ରୀଙ୍କୁ ଭଲ ପାଠ ପଢିବାର ଅଛି। ହେଲେ କେବଳ ଭଲ ପାଠ ପଢିଲେ ସଫଳତା ପାଇବେନି । ସଫଳତା ପାଇବାକୁ ହେଲେ ସମସ୍ତ କ୍ଷେତ୍ରରେ ସଫଳତା ହାସଲ କରିବାକୁ ପଡିବ । ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ସେଥିଲାଗି ଏ ନୂଆ ଓ କାର୍ଯ୍ୟକ୍ରମ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭାର ବିକାଶ ଗୁରୁତ୍ବପୂର୍ଣ୍ଣ। ଛାତ୍ରଛାତ୍ରୀମାନେ ବିଜୟ ହେଲେ ଖୁସି ଲାଗିବ। ସେଥିଲାଗି ଅଂଶଗ୍ରହଣ କରିବାକୁ ପଡିବ । ସବୁଥିରେ ଅଂଶଗ୍ରହଣ କଲେ ବହୁତ ଜିନିଷ ଶିଖି ପାରିବେ । ଯାହା ଜୀବନରେ ଅନେକ କାର୍ଯ୍ୟରେ ଆସିବ। ଏହା ଆପଣଙ୍କର ଆତ୍ମବିଶ୍ବାସ ବଢାଇବ । ପ୍ରତିଯୋଗିତାକୁ ସାମନା କରିବାକୁ ହେଲେ ଆତ୍ମବିଶ୍ବାସ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।

ଛାତ୍ରଛାତ୍ରୀ ନିଜ ପାଇଁ ବିଶ୍ବସ୍ତ ରୁହନ୍ତୁ । ପ୍ରତିଦିନ ୩୦ ମିନିଟ ଶରୀର ପାଇଁ ଧ୍ୟାନ ଦିଅନ୍ତୁ । ଶାରିରୀକ ବ୍ୟାୟାମ ସହ ମାନସିକ ସଜାଗ ମଧ୍ୟ ଆବଶ୍ୟକ । ମନ ପାଇ ଦିନକୁ ୧୫ ମିନିଟ ଧ୍ୟାନ କରନ୍ତୁ । ଆତ୍ମ ବିଶ୍ବାସ ବୃଦ୍ଧି କରିବାକୁ କଠିନ ପରିଶ୍ରମ ଆବଶ୍ୟକ । ଦିନରାତି ଯିଏ ଏକା କରି ଖଟିବ ସିଏ ଉପରକୁ ଯିବ । ସିଏ ସଫଳତା ହାସଲ କରିବ । ସଫଳତାର କାରଣ କଠିନ ପରିଶ୍ରମ, ଏହାର କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି 5T ଅଧ୍ୟକ୍ଷ ।

ଆତ୍ମ ବିଶ୍ବାସ, କଠିନ ପରିଶ୍ରମ ପାଇଁ ସମସ୍ତେ ଲାଗି ପଡିବେ। ୫ ବର୍ଷ ପରିଶ୍ରମ କଲେ ୫୦ ବର୍ଷ ଖୁସିରେ ରହିବେ । ଆପଣମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଓଡ଼ିଶାର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । କଟକ ବାଲିଯାତ୍ରା ତଳ ପଡିଆରେ କଟକ ଜିଲ୍ଲାର 140ଟି କଲେଜରୁ 18ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଉପସ୍ଥିତ ଥିଲେ ।