ନା ଅଛି ଝିଂଝଟ୍ ନା ଘଣ୍ଟା ଘଣ୍ଟା ଅପେକ୍ଷା, ଅନଲାଇନରେ ମିଳିବ ତେଲ
1 min readଅଧା ରାସ୍ତାରେ ଆପଣଙ୍କ ଗାଡ଼ିରୁ ଡିଜେଲ୍ ସରିଯାଉଛି କି ?
ଜରୁରୀ କାମରେ ବାହାରକୁ ଯାଉଥିବା ବେଳେ ଆପଣଙ୍କୁ ପେଟ୍ରୋଲ୍ ପମ୍ପରେ ଘଣ୍ଟା ଘଣ୍ଟା ଲାଇନରେ ଅପେକ୍ଷା କରିବାକୁ ପଡୁଛି କି ?
ଏଥର ସବୁ ଟେନସନ୍ ଦୂର କରିବ “ ଶକ୍ତି ସ୍ରୋତ ”
ହଁ,ଆଜ୍ଞା,କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍ ସତ… । ଭୁବନେଶ୍ୱର ଜୟଦେବ ବିହାରରେ “ଶକ୍ତି ସ୍ରୋତ” ନାମକ ସଂସ୍ଥା ଦଶହରା ଠାରୁ ଆରମ୍ଭ କରିଛି ଏମିତି ଏକ ହୋମ୍ ଡେଲିଭରି ତୈଳ ସେବା । ଏହାର ସୁବିଧା ହେଉଛି ଗୋଟେ ଫୋନ୍ କଲରେ ଆପଣଙ୍କ ପାଖରେ ପହଂଚିଯିବ ତେଲଗାଡ଼ି । ଭୁବନେଶ୍ୱର କିମ୍ବା ଭୁବନେଶ୍ୱର ଠାରୁ ୬୦ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ଆପଣ ଯୋଉଠି ଥାଆନ୍ତୁ ନା କାହିଁକି, ଆପଣଙ୍କ ପାଖରେ ୧୦ ଲିଟରରୁ ୧୫୦୦ ଲିଟର ପର୍ଯ୍ୟନ୍ତ ତେଲ ପହଞ୍ଚିଯିବ ।
ବଡ଼ କଥା ହେଉଛି ହୋମ୍ ଡେଲିଭରି ପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ମଧ୍ୟ ଦେବାକୁ ପଡ଼ିବ ନାହିଁ । ରିଲାଏନ୍ସ ପେଟ୍ରୋଲିୟମ୍ ଦରରେ ଆପଣଙ୍କୁ ପଇସା ଦେବାକୁ ପଡ଼ିବ ।
ଖାଲି ଗାଡ଼ି ନୁହେଁ ବରଂ ବଡ଼ ବଡ଼ ହୋଟେଲରେ ଥିବା ଡିଜି ପାଇଁ ମଧ୍ୟ ଡିଜେଲ୍ ଯୋଗାଉଛି “ଶକ୍ତି ସ୍ରୋତ” । ସାରା ଓଡିଶାରେ ଏହି ସେବା ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛି ଏହି ସଂସ୍ଥା।
ଏହି ସଂସ୍ଥା ଡିସେମ୍ବର ୧୫ ସୁଦ୍ଧା ନିଜର ଏକ ଆପ୍ ଲଞ୍ଚ କରିବାକୁ ଯାଉଛି । ଲୋକେ ଆପ୍ ଜରିଆରେ ପ୍ରି ପେଡ୍ ମାନେ ଆଗୁଆ ପଇସା ଦେଇ ଅର୍ଡ଼ର କରିବେ । ଆଉ ଅର୍ଡର ମିଳିବା ମାତ୍ରେ ଲୋକଙ୍କ ପାଖରେ ପହଞ୍ଚିଯିବ ଗାଡ଼ି ।
ଏହି ସେବା ଆରମ୍ଭ ହେବା ସମୟରେ ଦୈନିକ ମାତ୍ର ୫୦ ଲିଟରର ବ୍ୟବସାୟ କରୁଥିଲା । କିନ୍ତୁ ଖୁବ୍ କମ ଦିନ ଭିତରେ ଅର୍ଥାତ୍ ମାସେ ଭିତରେ ଏହି ସଂସ୍ଥା ଦୈନିକ ପାଖାପାଖି ୧୫୦୦ ଲିଟର ପର୍ଯ୍ୟନ୍ତ ବ୍ୟବସାୟ କରୁଛି । ଆଉ ଆପ୍ ଲଞ୍ଚ ହେବା ପରେ ଦୈନିକ ୩୫ ରୁ ୪୦ ହଜାର ଲିଟର ପର୍ଯ୍ୟନ୍ତ ବ୍ୟବସାୟ କରିବ ବୋଲି “ଶକ୍ତି ସ୍ରୋତ” ସଂସ୍ଥାର ମାଲିକ ଶ୍ରୀ ଆଶିଷ ପତ୍ରୀ ଆଶା କରିଛନ୍ତି । ')}