spot_img

Latest Posts

ଉତ୍ତର ମାସିଡୋନିଆର ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ; ୫୧ ଜୀବନ୍ତ ଦଗ୍ଧ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ମାସିଡୋନିଆରେ ଏକ ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶହେରୁ ଅଧିକ ଆହତ ହୋଇଛନ୍ତି। ସକାଳୁ ଏହି ନାଇଟ କ୍ଲବରେ ଲାଗିଥିଲା ନିଆଁ। କୋକାନି ସହରରେ ଥିବା ପଲ୍ସ ନାଇଟ କ୍ଲବରେ ଲାଗିଥିଲା ଭୀଷଣ ନିଆଁ। ଉତ୍ତର ମାସିଡୋନିଆର ସରକାରୀ ଖବର ସରବରାହ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନର୍ଥ ମାସିଡୋନିଆର ରାଜଧାନୀ ସ୍କୋପଜେ ଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଥିବା ଏହି ସହରରେ ଲାଗିଥିବା ନିଆଁ। ଏହି ଅଗ୍ନିକାଣ୍ଡକୁ ନେଇ ସୋସିଆଲ ମିଡିଆରେଅନେକସ ଖବର ଭାଇରାଲ ହେଉଛି। ନାଇଟ କ୍ଲବରେ ଭୀଷଣ ନିଆଁ ସହ ଧୂଆ ଦେଖିବାକୁ ମିଳୁଛି। ମୃତ୍ଯୁସଂଖ୍ଯା ବୃଦ୍ଧି ପାଇବା ସନ୍ଦେହ କରାଯାଉଛି। ଭୋର ସମୟରେ ରାତି ୨ଟା ବେଳେ ସଂଗୀତ କାର୍ଯ୍ୟକ୍ରମ ଚାଲିଥିବାବେଳେ ଲାଗିଥିବା ନିଆଁ। ଏହି ସଂଗୀତ କାର୍ଯ୍ୟକ୍ରମରେ ୧୫ଶହରୁ ଅଧିକ ଦର୍ଶକ ସାମିଲ ହୋଇଥିଲେ। ଅଗ୍ନିକାଣ୍ଡର ଅନେକ ଘଣ୍ଟା ପରେ ମଧ୍ୟ ନିଆଁ କାବୁରେ ଆସିନଥିବା ଜଣାପଡିଛି। ସଂଗୀତ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଥିବା ଆତସବାଜିରୁ ନିଆ ଲାଗିଥିବା ଜଣାପଡିଛି। ପରେ ଏହି ନିଆଁ ପୁରା କ୍ଲବକୁ ବ୍ୟାପି ଯାଇଥିଲା। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Latest Posts

Don't Miss