spot_img

Latest Posts

ବିଳମ୍ବିତ ରାତିରେ ଶୋଇବା ଶରୀର ପାଇଁ କ୍ଷତିକାରକ….

ନନ୍ଦିଘୋଷ ବ୍ୟୁରୋ : ସୁସ୍ଥ ଶରୀର ପାଇଁ  ନିଦ ଆବଶ୍ୟକ ହୋଇଥାଏ । ଭଲ ନିଦ ଶରୀରକୁ ସୁସ୍ଥ ଓ ମନ ଭଲ ରଖିବାରେ ସହାୟକ ହୋଇଥାଏ । ଏକ ଗବେଷଣାରୁ ଜଣାପଡିଛି ଯେ, ଯେଉଁ ଲୋକମାନେ ଠିକ ଭାବରେ ଶୋଇ ନଥାନ୍ତି  ସେମାନଙ୍କ ପାଖରେ  ବିଭିନ୍ନ ପ୍ରକାରର ରୋଗ ହେବାର ଆଶଙ୍କା ଅଧିକ ଥାଏ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ, ଯଦି ନିଦ ଠିକ ରହିଥାଏ ତେବେ ଶରୀରକୁ କୌଣସି କ୍ଷତି ପହଞ୍ଚାଇନଥାଏ ।  କାରଣ ଶରୀରର ପାଇଁ ନିଦ ବହୁତ ଜରୁରୀ । ଲୋକମାନେ ସ୍ବଳ୍ପ ନିଦକୁ ନେଇ ଅନେକ ସମସ୍ୟା ଭୋଗିଥାନ୍ତି । ଅନେକ ଲୋକଙ୍କର ବିଳମ୍ବିତ ରାତିଯାଏ ଶୋଇନଥାନ୍ତି ।  ଯଦିଓ ଏହି ଅଭ୍ୟାସକୁ ସାଧାରଣ ବୋଲି ଭାବୁଛନ୍ତି ତେବେ ଏହା ଆପଣଙ୍କର ଭୁଲ ନିଷ୍ପତ୍ତି । କାରଣ ଏହା ଏକ ସମସ୍ୟା ଯାହାକୁ ସାଧାରଣ ବୋଲି ଭାବିବା ଠିକ ନୁହେଁ । ଏହା ସ୍ୱାସ୍ଥ୍ୟ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସମସ୍ତଙ୍କୁ ପ୍ରତି ରାତିରେ ୬ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦିଅନ୍ତି। ରାତି ୧୦ରୁ ସକାଳ ୬ଟା ମଧ୍ୟରେ ଶୋଇବାକୁ ସର୍ବୋତ୍ତମ ନିଦ ଭାବେ ଧରାଯାଏ, ଯଦିଓ ଅଧିକାଂଶ ଲୋକ ରାତି ୧୨ରୁ ୧ଟା ମଧ୍ୟରେ ଶୋଇବାକୁ ସାଧାରଣ ଭାବେ ନେଇଥାନ୍ତି। ଏହି ଅଭ୍ୟାସ ମନ ଓ ଶରୀରକୁ କ୍ଷତି ପହଞ୍ଚାଇଥାଏ,  ଏବଂ ବିଭିନ୍ନ ପ୍ରକାର ସମସ୍ୟା ଉପୁଜିଥାଏ । ଯେପରିକି ମନ ଠିକ ରହେ ନାହିଁ, ପଢା ଓ କାମରେ କ୍ଷମତା କମିଥାଏ, ଚିଡିଚିଡା ପଣ ବଢିଥାଏ, ସାସ୍ଥ୍ୟ  ଖରାପ ହେବାର ସମ୍ଭାବନା ରହେ, ଯାହା ନିଦ ଅଭାବରୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ।

ନିଦ୍ରା ଚକ୍ର ବ୍ୟାଘାତ ଯୋଗୁଁ ସର୍ବାଧିକ ବିପଦପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଉଚ୍ଚ ରକ୍ତଚାପ ଅନ୍ୟତମ। ଅନେକ ଗବେଷଣାରୁ  ଗବେଷକମାନେ ଜାଣିଛନ୍ତି ଯେ ଯେଉଁମାନେ ବିଳମ୍ବିତ ରାତିରେ ଜାଗ୍ରତ ରୁହନ୍ତି ସେମାନଙ୍କ ମଧ୍ୟରେ ଅନ୍ୟମାନଙ୍କ ତୁଳନାରେ ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ଥାଏ।ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଏହି ସାଧାରଣ ଅଭ୍ୟାସ ଆପଣଙ୍କ ମେଟାବୋଲିଜିମକୁ ବାଧା ଦେଇପାରେ, ଯାହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ବଢ଼ାଇପାରେ।ତେଣୁ ରାତି ରେ  ଖୁବ୍ ଶୀଘ୍ର ଶୋଇବାକୁ  ଚେଷ୍ଟା କରନ୍ତୁ, ଯାହାଦ୍ବାରା ଆପଣ ସୁସ୍ଥ ରହିପାରିବେ  ।

Latest Posts

Don't Miss