ଅନ୍ୟ ଦେଶର ସିଡ଼ି ବିକୁଥିଲେ, ପରିବାର ସାମ୍ନାରେ ଗୁଳି କଲେ ସରକାର

1 min read

ଦୁନିଆର ସବୁଠାରୁ ରହସ୍ୟମୟ ଦେଶ ହେଉଛି ଉତ୍ତର କୋରିଆର । ଏହି ଦେଶ ବିଷୟରେ କୌଣସି ପ୍ରକାରର ସୂଚନା ପାଇବା ଅତ୍ୟନ୍ତ କଷ୍ଟକର । ଯଦି ଏହି ଦେଶର ଅଧିକାରୀମାନେ ଚାହାଁନ୍ତି, ତେବେ ବିଶ୍ୱକୁ କୌଣସି ସୂଚନା ମିଳିପାରିବ । ଏବେ ଏହି ଦେଶରେ ଆଇନରେ କୌଣସି ପରିବର୍ତ୍ତନ ଆସିଥିବା ସୂଚନା ମିଳିଛି । ପୂର୍ବରୁ ଆଇନ ଭାଙ୍ଗିବା ପାଇଁ ଯେଉଁ କଠୋର ଦଣ୍ଡ ଦିଆଯାଉଥିଲା, ଏବେ ତାହା ଆହୁରି କଠୋର ହୋଇଥିବା ଜଣାପଡ଼ିଛି ।

ଆଇନର ଏହି ପରିବର୍ତ୍ତନ ପରେ ନିକଟରେ ଜଣେ ବ୍ୟକ୍ତିଙ୍କୁ ଏଠାରେ ଗୁଳି କରି ମୃତ୍ୟୁଦଣ୍ଡ ଦିଆଯାଇଛି । ଏହି ବ୍ୟକ୍ତି ନକଲି ସିଡି ବିକ୍ରି କରୁ ଥିବା ବେଳେ ଧରାପଡିଥିଲେ। ଡକାୟତି ଅପରାଧରେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ସେହି ବ୍ୟକ୍ତିଙ୍କଠାରୁ ସିଡି ରୋମ-ମେମୋରୀ ଷ୍ଟିକ୍ସ (CD Roms’s-Memory Sticks)  ମିଳିଥିଲା । ଯେଉଁଥିରେ ଦକ୍ଷିଣ କୋରିଆର ଚଳଚ୍ଚିତ୍ର, ଗୀତ ଏବଂ ମ୍ୟୁଜିକ୍ ଭିଡିଓ ରହିଥିଲା ​ । ଏହା ପରେ ଉକ୍ତ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା।

ବ୍ୟକ୍ତିଙ୍କ ଉପରେ ଦେଶଦ୍ରୋହର ଅଭିଯୋଗ ଲାଗିଥିଲା

ମୃତ୍ୟୁଦଣ୍ଡ ପାଇଥିବା ବ୍ୟକ୍ତିଙ୍କ ନାମ ଲି ବୋଲି ଜଣାପଡିଛି । ତାଙ୍କ ଉପେର ଦେଶଦ୍ରୋହ ଏବଂ ଆଣ୍ଟି ସୋସିଆଲିଷ୍ଟ ଏଲିମେଣ୍ଟର ଅଭିଯୋଗ  ଲାଗିଥିଲା । ଲି’ଙ୍କ ପାଖରେ ଦକ୍ଷିଣ କୋରିଆର ଚଳଚ୍ଚିତ୍ର, ଗୀତ ଏବଂ ଟିଭି ଶୋ’ର ସିଡି ଥିଲା । ଲିଙ୍କୁ ମୃତ୍ୟୁଦଣ୍ଡ ଦେବା ପୂର୍ବରୁ ସେଠାରେ ୫୦୦ ଲୋକଙ୍କୁ ଏକତ୍ରିତ କରାଯାଇଥିଲା । ଏଥିରେ ଲିଙ୍କ ପରିବାର ସଦସ୍ୟ ମଧ୍ୟ ସାମିଲ ଥିଲେ। ସମସ୍ତଙ୍କ ସାମ୍ନାରେ ଲିଙ୍କୁ ଗୁଳି କରାଯାଇଥିଲା । ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି ସେମାନଙ୍କୁ କାନ୍ଦିବାକୁ ମଧ୍ଯ ଅନୁମତି ନଥିଲା ।

ଲି’ଙ୍କୁ ମାରିବା ପାଇଁ ୧୨ ଜଣ ବନ୍ଧୁକଧାରୀଙ୍କୁ ସେଠାରେ ରଖାଯାଇଥିଲା । ସମସ୍ତେ ଲିଙ୍କୁ ଏକାଠି ଗୁଳି ଚଳାଇଥିଲେ । ସେଠାରେ ଉପସ୍ଥିତ ଥିବା ଲିଙ୍କ ପରିବାର ଏବଂ ପଡ଼ୋଶୀମାନଙ୍କୁ କାନ୍ଦିବାକୁ ମଧ୍ୟ ଦିଆଯାଇନଥିଲା। ଯଦି ପରିବାର ଏବଂ ପଡ଼ୋଶୀମାନେ କାନ୍ଦୁଥିବାର ଦେଖାଯାଏ, ତେବେ ସେମାନଙ୍କ ଉପରେ ମଧ୍ୟ ଦେଶଦ୍ରୋହୀଙ୍କ ପ୍ରତି ସମବେଦନା ଜଣାଇବା ଅଭିଯୋଗରେ ଦଣ୍ଡ ଦିଆଯିବ ବୋଲି କୁହାଯାଇଥିଲା ।

ଉତ୍ତର କୋରିଆରେ ପ୍ରଣୟନ ହୋଇଛି କଠୋର ଆଇନ

ଡିସେମ୍ବର ୨୦୨୦ ପରେ ଉତ୍ତର କୋରିଆରେ ଏହି ଆଇନକୁ ପରିବର୍ତ୍ତନ କରିଛି । ଏବେ ଏଠାରେ ଦକ୍ଷିଣ କୋରିଆ ଚଳଚ୍ଚିତ୍ର, ଟିଭି ଶୋ ଦେଖିବା ଏକ ଅପରାଧ ହୋଇଯାଇଛି । ଯଦି କେହି ଏହା କରିବାରେ ଧରାପଡ଼ନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ଦିଆଯିବ ବୋଲି ଆଇନରେ କୁହାଯାଇଛି । ଯଦି କେହି ଏହା କରୁଛନ୍ତି ଏବଂ ଆପଣ ଏହା ବିଷୟରେ ସୂଚନା ଦେଇ ନାହାଁନ୍ତି, ତେବେ ଆପଣଙ୍କୁ ମଧ୍ୟ ସାତ ବର୍ଷ ଜେଲ ଦଣ୍ଡ ହୋଇପାରେ । ନିୟମ ପରିବର୍ତ୍ତନ ପରେ ଦେଶର ଲୋକଙ୍କ ଭୟବୀତ ଅବସ୍ଥାରେ ଅଛନ୍ତି ।

Leave a Reply