ମା’ବାପାଙ୍କ ପାଖକୁ ଫେରିବ ଶିଶୁକନ୍ୟା, ଏସସିବିରେ ହୋଇଥିଲା ଅଦଳବଦଳ

କଟକ: ଏସସିବିରେ ଶିଶୁ ଚୋରି ଘଟଣାର ନୂଆମୋଡ । ଶିଶୁ ଚୋରି ନୁହେଁ ଅଦଳବଦଳ ହୋଇଥିବା ଜଣାପଡ଼ିଛି  । ପୁତ୍ର ଜନ୍ମ କରିଥିବା ଜଣେ ପ୍ରସୂତୀଙ୍କୁ ଆଜି ଡାକ୍ତରଖାନାରୁ ଡିସର୍ଚାଜ କରାଯାଇଥିଲା  । ଏହି ସମୟରେ ନଜବାତ ପୁତ୍ର ବଦଳରେ ଜଣେ ଶିଶୁ କନ୍ୟାଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା  ।

ପରେ ଏ ସମ୍ପର୍କରେ ଖୋଳତାଡ଼ ହେବାରୁ ପ୍ରସୂତୀ ଜଣକ ଶିଶୁକନ୍ୟାକୁ ନେଇ ଏସସିବି ଆସୁଥିବା ଜଣାପଡ଼ିଛି  । ପୂର୍ବରୁ ଏସସିବିରେ ଶିଶୁ ଚୋରି ନେଇ ଅଭିଯୋଗ ହୋଇଥିଲା । ପୁରୀ ଗଡ଼ସାହି ଚନ୍ଦନପୁର ତିଳୋତ୍ତମା ବିଶ୍ବାଳ ଜାଆଁଳା ଶିଶୁ ଜନ୍ମ ଦେଇଥିଲେ । ପରେ ଗୋଟିଏ ଶିଶୁକୁ ଜଣ୍ଡିସ ହୋଇଥିବାରୁ ଏସଏନ୍‌ସିୟୁରେ ଚିକିତ୍ସା ଚାଲିଥିଲା । ଆଜି ଅପରାହ୍ନ ୩ଟା ୧୫ରେ ଡିସଚାର୍ଜ ହେବାର ଥିଲା । ହେଲେ ସେଠାରୁ କିଏ ପିଲାକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା ।