ଚୀନରେ ମାତିଛି ବୁଢୀମା’ଙ୍କର ନାଚ ଗ୍ୟାଙ୍ଗ,ସାଧାରଣ ଲୋକଙ୍କ ପାଇଁ ପାଲଟିଲାଣି ବଡ ସମସ୍ୟା

ଚୀନ : ନାଚିବାର ଗଜବ ନିଶା। ତାହା ପୁଣି ଘରେ କିମ୍ବା କୌଣସି ଷ୍ଟେଜ ପ୍ରୋଗାମରେ ନୁହେଁ ବରଂ ରାଜରାସ୍ତାରେ । ଯେଉଁଠି ବୟସ୍କ ମହିଳାଙ୍କୁ ଜବରଦସ୍ତ ନାଚଗୀତ କରୁଥିବାର ଦେଖିବାକୁ ମିଳୁଛି । ଏହି ଦଳରେ ମଧ୍ୟ ବୟସ୍କା ଓ ତାଙ୍କଠାରୁ ଅଧିକ ବୁଢୀମାନେ ନାଚୁଥିବାର ନଜର ଆସୁଛନ୍ତି । କିନ୍ତୁ ଏହା କୌଣସି ମଜା କିମ୍ବା ମସ୍ତିର ଘଟଣା ହୋଇ ରହିନାହିଁ । ବର୍ତ୍ତମାନ ଏହା ଚୀନର ସାଧାରଣ ଲୋକଙ୍କ ମୁଣ୍ଡବ୍ୟଥାର କାରଣ ସାଜିଲାଣି । କାହିଁକି ନା ଏହା ସ୍ଥାନୀୟ ଲୋକଙ୍କ ପାଇଁ ଏବେ ବିରାଟ ବଡ ସମସ୍ୟା ଭାବେ ଉଭା ହେଲାଣି। ଚାଇନାର ଅନେକ ବଡ ବଡ ସ୍ଥାନର ରାଜରାସ୍ତାରେ କିଛି ମହିଳା ଦଳବଳ ହୋଇ ନାଚ କରୁଥିବା ଦେଖିବାକୁ ମିଳିଛି । ସକାଳେ ଓ ସନ୍ଧ୍ୟାରେ ସେମାନେ ନାଚୁଛନ୍ତି । ଯେମିତିକି ଆପଣମାନେ ଦେଖିଥିବେ ଆମ ଘରେ ରହୁଥିବା ଗୁରୁଜନ କେବଳ ସକାଳୁ ବୁଲିବାକୁ ଟିକିଏ ପାର୍କରେ ଚାଲି ବ୍ୟାୟାମ କରିବାକୁ ଭଲ ପାଆନ୍ତି,କିନ୍ତୁ ଚୀନରେ ଏହାର ସଂମ୍ପୂର୍ଣ୍ଣ ବିପରୀତ ହିଁ ଦେଖିବାକୁ ମିଳୁଛି । ପାର୍କ ଓ ଖେଳ ପଡିଆରେ ବୁଢୀ ମା’ ମାନଙ୍କର ବ୍ୟାୟାମ ନୁହେଁ ନାଚ ଦେଖିବାକୁ ମିଳୁଛି । ତେବେ ଏହି ନାଚକୁ ନେଇ ସ୍ଥାନୀୟ ବାସିନ୍ଦା ନାନା ଅସୁବିଧାର ସାମ୍ନା କରୁଛନ୍ତି । ରାସ୍ତାରେ ନୃତ୍ୟ କରୁଥିବା ଏହି ବୟସ୍କାମାନଙ୍କୁ ଡ୍ୟାନ୍ସିଂ ଗ୍ରେନି ବା ନାଚକରୁଥିବା ଜେଜେ ମାଆ ବୋଲି କୁହାଯାଉଛି ।

ଏହି ମହିଳାମାନେ ଅଧିକ ଜୋରରେ ଜନସାଧାରଣ ଜାଗାରେ ଗୀତ ବଜାଉଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଚୀନରେ ମନଇଚ୍ଛା କାମ କରୁଛନ୍ତି ଏହି ଡ୍ୟାନସିଂ ଗ୍ରେନି ଗ୍ୟାଙ୍ଗ, ଯାହା ସାଧାରଣରେ ସମସ୍ୟା ସୃଷ୍ଟି କରୁଛି । ଅନଲାଇନ ଓ ଅଫଲାଇନରେ ଉଭୟ ଜାଗାରେ ଏହି ଗ୍ୟାଙ୍ଗ ବିରୋଧରେ ଅନେକ ଅଭିଯୋଗ ହେଉଛି । କିନ୍ତୁ ଜାଣନ୍ତି ଏହି ନୃତ୍ୟ କରୁଥିବା ମହିଳାମାନେ ଅଭିଯୋଗକୁ ଖଣ୍ଡନ କରି କଣ ସଫେଇ ଦେଇଛନ୍ତି?

ସେମାନଙ୍କ କହିବା କଥା ହେଲା, ‘’ଏପରି କରିବା ଦ୍ୱାରା ସେମାନେ ଖୁସି ରହୁଛନ୍ତି । ପରସ୍ପର ମଧ୍ୟରେ ସମ୍ପର୍କ ସ୍ଥାପନା କରୁଛନ୍ତି । ଯେମିତି ସମାଜରେ ଏକ ୟଙ୍ଗ ସୋସାଇଟି ରହିଛି ଠିକ ସେହିଭଳି ଏକ ଓଲ୍ଡ ସୋସାଇଟି ବି ରହିବା ଜରୁରୀ ।  ଯେଉଁଥିରେ ଆମ ଭଳି ମହିଳାମାମାନେ ନିଜ ଜୀବନକୁ ଖୁସିରେ ଉପଭୋଗ କରିପାରିବୁ ।‘’  ଏମାନଙ୍କ ମଧ୍ୟରୁ ଅଧିକାଂଶ ମହିଳା ସହରରେ ଏକଟୁଆ ରୁହନ୍ତି ।ସେମାନଙ୍କ ସନ୍ତାନ ମାନେ ତାଙ୍କଠାରୁ ଅନେକ ଦୂରରେ ରୁହନ୍ତି, ଯାହାଫଳରେ ସବୁ ଏକୁଟିଆ ଅନୁଭବ କରୁଛନ୍ତି । ସେଥିପାଇଁ ନିଜ ଜୀବନକୁ ଖୁସିରେ କାଟିବାକୁ ଏହି ଗ୍ରେନି ଗ୍ୟାଙ୍ଗ ଆକ୍ଟିଭ ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ମଧ୍ୟ ଏହି ମହିଳାମାନଙ୍କ କାର୍ଯ୍ୟକଳାପକୁ ସମର୍ଥନ କରୁଛି । କିନ୍ତୁ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରୁଛନ୍ତି । କାରଣ ଅନେକ ସ୍ଥାନରେ ଏହି ମହିଳାମାନେ ଖେଳ ପଡିଆରେ ଖେଳାଳିଙ୍କ ସହ ଝଗଡା କରୁଥିବା ଦେଖିବାକୁ ମିଳିଛି ।ନିଜ ପାଇଁ ଅନ୍ୟମାନଙ୍କ ସହ ମନଇଚ୍ଛା ବ୍ୟବହାର କରୁଛନ୍ତି  । ଏହି ଅଞ୍ଚଳର ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ‘ଗ୍ରେନି ଗ୍ୟାଙ୍ଗ’ର ନିୟନ୍ତ୍ରଣ ଦିନକୁ ଦିନ ବାହାରକୁ ଯାଉଛି। ସେମାନେ ଆମର ଶାନ୍ତି ଭଙ୍ଗ କରୁଛନ୍ତି ଓ ଯେଉଁଠି ଇଚ୍ଛା ସେଇଠି ନାଚଗୀତ ଆରମ୍ଭ କରିଦେଉଛନ୍ତି,ଯାହା ଆମକୁ ଅସମ୍ମାନ ଓ ଲଜ୍ଜିତ କରାଉଛି ।

Leave a Reply