ଭାରତ ସ୍ଥଳମୁଖ୍ୟଙ୍କ ଗସ୍ତ ପୂର୍ବରୁ ବଦଳିଲେ ନେପାଳ ପ୍ରତିରକ୍ଷା ମନ୍ତ୍ରୀ…

ନୂଆଦିଲ୍ଲୀ: ଭାରତର ସ୍ଥଳସେନା ମୁଖ୍ୟ ମୁକୁନ୍ଦ ନର୍ବାଣେ ନେପାଳ ଗସ୍ତରେ ଯିବ । ଭାରତ ଓ ନେପାଳ ସୀମା ବିବାଦ ନେଇ ଆଲୋଚନା ହେବା ନେଇ ଯୋଜନା ରହିଛି । ତେବେ ଭାରତ ପକ୍ଷରୁ ଏଭଳି ଘୋଷଣା ହେବା ପରେ ନେପାଳ ସରକାର ନିଜ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପଦରୁ ହଟାଇ ଦେଇଛି । ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ନିଜ ବିଶ୍ୱସ୍ତ ଉପ ପ୍ରଧାନମନ୍ତ୍ରୀ ଇଶ୍ୱର ପୋଖରେଲଙ୍କଠାରୁ ପ୍ରତିରକ୍ଷା ମନ୍ତ୍ରାଳୟ ଦାୟିତ୍ୱରୁ ମୁକ୍ତ କରିଛନ୍ତି ।

ନେପାଳର ଏଭଳି ପଦକ୍ଷେପ ପରେ ସାରା ଦେଶର ପ୍ରତିରକ୍ଷା ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ପ୍ରକାଶ କରୁଛନ୍ତି । ପୋଖରେଲ ନିଜର ବିବାଦୀୟ ବ୍ୟବହାରକୁ ନେଇ ବେଶ ଚର୍ଚ୍ଚିତ ଅଟନ୍ତି । ଭାରତ ସହ ହୋଇଥିବା ସୀମା ବିବାଦ ସମୟରେ ସେ ନେପାଳ ସେନାମୁଖ୍ୟଙ୍କୁ ତାଙ୍କ ଅନାଗ୍ରହ ସତ୍ତ୍ୱେ କଳାପାଣି ସୀମାକୁ ପଠାଯାଇଥିଲା । ଏଣୁ ସେନା ତାଙ୍କର ଏହି ନିଷ୍ପତ୍ତିକୁ ନେଇ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲା । ସେହିଭଳି ନେପାଳ ସେନାଙ୍କୁ ଭାରତୀୟ ସେନା ବିରୋଧରେ ମନ୍ତବ୍ୟ ଦେବା ପାଇଁ ସେନାମୁଖ୍ୟଙ୍କୁ ପୋଖରେଲ ବାଧ୍ୟ କରୁଥିବା ଖବର ମଧ୍ୟ ନେପାଳରେ ଚର୍ଚ୍ଚାର ବିଷୟବସ୍ତୁ ଥିଲା ।

ଏପରିକି ସେନା ମୁଖ୍ୟ ଓ ମନ୍ତ୍ରୀଙ୍କ ସମ୍ପର୍କ ମଧ୍ୟ ଗତ ଦିନଗୁଡିକରେ କ୍ରମଶଃ ଖରାପ ହେବାରେ ଲାଗିଥିଲା । ପ୍ରତିରକ୍ଷା ମନ୍ତ୍ରୀ ପୋଖରେଲ ଏନେଇ ନେପାଳ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଏନେଇ ଲିଖିତ ଅଭିଯୋଗ ଜଣାଇଥିଲେ ।  ମୋଟାମୋଟି ଭାବେ ଦେଖିଲେ ଭାରତ ପ୍ରତି ଏକ ନକରାତ୍ମକ ଆଭିମୁଖ୍ୟ ରଖୁଥିବା ପୋଖରେଲଙ୍କୁ ନେଇ ଓଲି କୌଣସି ଆଶଙ୍କା ଭିତରକୁ ଯିବାକୁ ଚାହୁନାହାନ୍ତି । ତେଣୁ ତାଙ୍କଠାରୁ ଏହି ଦାୟିତ୍ୱ ହଟାଇ ନିଆଯାଇଛି ବୋଲି କୁହାଯାଉଛି । ମୁଖ୍ୟତଃ ପୋଖରେଲ ସେନାକୁ ଭାରତୀୟ ସେନାଙ୍କ ବିରୋଧରେ ଇସକାଉଥିବା ହେତୁ ଏଭଳି ପଦକ୍ଷେପ ନିଆଯାଇଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଭାରତ ଓ ନେପାଳ ସେନା ମଧ୍ୟରେ ବଳିଷ୍ଠ ଘନିଷ୍ଠତା ରହିଛି । ନେପାଳର ଏବେକାର ଜେନେରାଲ୍ ମୁଖ୍ୟ ପୂର୍ଣ୍ଣଚନ୍ଦ୍ର ଥାପା ଏକଦା ଇଣ୍ଡିଆନ ମିଲିଟାରୀ ଏକାଡେମୀରୁ ଗ୍ରାଜୁଏଟ ହୋଇଛନ୍ତି ।

Leave a Reply