ଚନ୍ଦ୍ର ମିଶନ: ସନ୍ଧ୍ୟାରେ ଆର୍ଟେମିସ-୧ ଲଞ୍ଚ କରିବ ନାସା

ୱାସିଂଟନ ଡିସି: ଚନ୍ଦ୍ର ଅଭିଯାନରେ ଆଉ ପାଦେ ଆଗକୁ ଯିବ ଆମେରିକା । ଦୀର୍ଘବର୍ଷ ଧରି ଆର୍ଟେମିସ ଓ୍ବାନ ମିଶନକୁ ସଫଳ କରିବା ପାଇଁ ନାସାର ପ୍ରୟାସ ଆଜି ପୂରଣ ହେବାକୁ ଯାଉଛି । ଆଜି ଓରିୟନ ସ୍ପେଶକ୍ରାଫ୍ଟ ଉତକ୍ଷେପଣ କରାଯିବ । ଏହି ମିଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚନ୍ଦ୍ର ପୃଷ୍ଠକୁ ମନୁଷ୍ୟ ପଠାଇବା ପୂର୍ବରୁ ନାସାର ଏହା ଗୁରୁତ୍ବପୂର୍ଣ୍ଣ ମିଶନ । ଆଜିର ସ୍ପେଶକ୍ରାଫ୍ଟରେ କେହି ମନୁଷ୍ୟ ଯିବେ ନାହିଁ ।

ନାସାର ଏହାକୁ ସବୁଠାରୁ ଶକ୍ତିଶାଳୀ ସ୍ପେଶକ୍ରାଫ୍ଟ ବୋଲି କୁହାଯାଉଛି । ୫୦ ବର୍ଷର ଲମ୍ବା ସମୟ ପରେ ମନୁଷ୍ୟଙ୍କୁ ଚନ୍ଦ୍ର ପଠେଇବା ପାଇଁ ପ୍ରୟାସ କରୁଛି ଆମେରିକା । ୧୯୭୨ ପରେ ପ୍ରଥମ ଥର ପାଇଁ ଚନ୍ଦ୍ର ପୃଷ୍ଠରେ ମନୁଷ୍ୟ ପାଦ ଥାପିବାକୁ ଯାଉଛି । ଆଜି ଫ୍ଳୋରିଡା ସ୍ଥିତ ଲଞ୍ଚପ୍ୟାଡରୁ ସ୍ପେଶକ୍ରାଫ୍ଟ ଉତକ୍ଷେପଣ ହେବ । ଏହି ସ୍ପେଶକ୍ରାଫ୍ଟ ୩୨୨ ଫୁଟ୍ ଲମ୍ବା ଏବଂ ୨ ହଜାର ୬୦୦ ଟନ୍ ଓଜନ। ଆଜି ସକାଳ ସାଢେ ୮ଟାରେ ଉତକ୍ଷେପଣ କରାଯିବ । ଏହା କେବଳ ଆମେରିକା ପାଇଁ ନୁହେଁ ସାରା ବିଶ୍ବ ପାଇଁ ଏକ ନୂଆ ଅଭିଜ୍ଞତା ଆଣିବାକୁ ଯାଉଛି ।