ଦ୍ୱିତୀୟ ବର୍ଷରେ ଆପଣଙ୍କ ସହ ‘ନନ୍ଦିଘୋଷ ଟିଭି’

1 min read

ନନ୍ଦିଘୋଷ ବ୍ୟୁରୋ: ଦ୍ୱିତୀୟ ବର୍ଷ ପୂର୍ତ୍ତୀ ପାଳନ କରୁଛି ନନ୍ଦିଘୋଷ ଟିଭି  ।  ଖବର ଦୁନିଆର ଜୟ ଯାତ୍ରାରେ ଆଉ ଏକ ପାଦ । ସଫଳତାର ସହ ଦ୍ୱିତୀୟ ବର୍ଷ ପୂରଣ କରିଛି ନନ୍ଦିଘୋଷ ଟିଭି । ଆଜି ନନ୍ଦିଘୋଷ ଟିଭିର ଦ୍ୱିତୀୟ ବର୍ଷପୂର୍ତ୍ତି ଉତ୍ସବ । ଏକ ନିରପେକ୍ଷ ଓ ଦାୟିତ୍ୱବାନ ଗଣମାଧ୍ୟମ ଭାବେ ସଫଳତାର ସହ କାମ କରିଚାଲିଛି ନନ୍ଦିଘୋଷ ଟିଭି । ଓଡ଼ିଆ ମିଡିଆ ଜଗତରେ ନିଜ ସ୍ଥିତି ମଜଭୁତ୍ କରିପାରିଛି । ଲୋକଙ୍କ ପାଇଁ ଲଢେଇ କରି ଖୁବ କମ୍ ଦିନରେ ଲୋକପ୍ରିୟ ହୋଇପାରିଛି ନନ୍ଦିଘୋଷ ଟିଭି ।

ନନ୍ଦିଘୋଷ ଟିଭି । ଏକ ଆନ୍ଦୋଳନର ନାଁ । ଗରିବ ଖଟିଖିଆଙ୍କ ଭରସାର ନାଁ । ଗାଁରୁ ସହର ପ୍ରତିଟି ମଣିଷ ପାଇଁ ସାହାସର ନାଁ । କୋଟିଆରେ ଆନ୍ଧ୍ରର ଷଡ଼ଯନ୍ତ୍ର ବିରୋଧରେ ସଂଗ୍ରାମ କରିଛୁ । ପୁଣି ରାଜ୍ୟର ହକ୍ ପାଇଁ ମେଗା ଲଢେଇରେ ରହିଛୁ ଆଗଧାଡ଼ିରେ । ସଫଳତାର ଝୁଙ୍କରେ ଆମେ ଭୁଲିନୁ ଗଣମାଧ୍ୟମର ଲକ୍ଷ୍ମଣରେଖା । ସେ ଜଓ୍ବାଦ ହେଉ କି ୟାସ୍ ଅବା ବନ୍ୟା । କ୍ରିକେଟ ଓ୍ବାର୍ଲ୍ଡକପରୁ ହକି ମହାସମର, ଅଲିମ୍ପିକ୍ସରୁ ଆଇପିଏଲ । ଦୁଃଖଦ ବିଦାୟରୁ ଶେଷକୃତ୍ୟ ।

ଖିୁବ୍ କମ ସମୟରେ ନନ୍ଦିଘୋଷ ଟିଭି ହୋଇଛି ସ୍ବତନ୍ତ୍ର । ନନ୍ଦିଘୋଷ ଟିଭିର ଦୁଇବର୍ଷ ପୂର୍ତ୍ତି ଅବସରରେ ସେଇ ସମାନ ଲକ୍ଷ୍ୟକୁ ପୁଣି ଦୋହରାଉଛୁ ଆମେ । ନିରପେକ୍ଷ, ନିରନ୍ତର ଭାବେ ଓଡ଼ିଶାର ସ୍ୱାର୍ଥ ପାଇଁ ଆମ ଲଢେଇ ଜାରି ରହିବ ଆପଣଙ୍କ ପାଇଁ । ନନ୍ଦିଘୋଷର ଏହି ଆନ୍ଦୋଳନରେ ଜନତାଙ୍କ ପାଇଁ ଖବର ଜାରି ରହିବ  । ସାଧାରଣ ଲୋକଙ୍କ ହକ୍ ର ଲଢେଇରେ ଆମେ ସାମିଲ ହେବୁ  । କୋଭିଡ ମହାମାରୀ ହେଉ କିମ୍ବା ବାତ୍ୟା-ବନ୍ୟା , ପ୍ରତିଟି ସମୟରେ ଆମେ ରହିଛୁ ଆପଣଙ୍କ ସାଥିରେ  ।

Leave a Reply