ଆଶାପ୍ରଦୀପ ସମ୍ବାଦପତ୍ରର ବାର୍ଷିକ ଉତ୍ସବ, ତୃତୀୟ ଦିଲ୍ଲୀପ ଶତପଥୀ ସ୍ମୃତି ସମ୍ନାନରେ ଶିଶିର ଭଟ୍ଟମିଶ୍ର ସମ୍ମାନୀତ

ଭୁବନେଶ୍ୱର: ପାନ୍ଥନିବାସ ସମ୍ମିଳନୀ କକ୍ଷରେ ଆଶାପ୍ରଦୀପ ସମ୍ବାଦପତ୍ରର ୧୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦପତ୍ରର ସମ୍ପାଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ‘ ମୁକ୍ତ ସାମ୍ବାଦିକତା ବନାମ ସାମ୍ବାଦିକ ସୁରକ୍ଷା’ ନେଇ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଭାବରେ ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିବା ବେଳେ ବିଧାୟକ ଅରବିନ୍ଦ ଢାଲି ଏବଂ ମେୟର ସୁଲୋଚନା ଦାସ ସମ୍ନାନୀତ ଅତିଥି ଭାବରେ ଯୋଗଦେଇ ମୁକ୍ତ ସାମ୍ବାଦିକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଏହି ଅବସରରେ ନନ୍ଦିଘୋଷ ଟିଭିର ମୁଖ୍ୟ ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ରଙ୍କୁ ତୃତୀୟ ଦିଲ୍ଲୀପ ଶତପଥୀ ସ୍ମୃତି ସମ୍ନାନରେ ସମ୍ମାନୀତ କରାଯାଇଥିଲା । ଏହାସହ ସମାଜର ହିତ ପାଇଁ କାମ କରୁଥିବା କିଛି ଗଣମାଧ୍ୟମ ପ୍ରତିନିଧୀ ଏବଂ ସାମାଜିକ କର୍ମୀଙ୍କୁ ଆଶାପ୍ରଦୀପ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।