ପାଣ୍ଡ୍ୟାଙ୍କ ପାଇଁ ୧୦୦ କୋଟି ନେଇଛି ଗୁଜୁରାଟ ଟାଇଟନ୍ସ!

ନୂଆଦିଲ୍ଲୀ: ଆଇପିଏଲ ୨୦୨୪ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ନଜର ଆସିବେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ମୁମ୍ବାଇ ଇଣ୍ଡିଆନ୍ସରେ ସାମିଲ ହେବା ଦିନଠାରୁ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ଖବର କ୍ରିକେଟପ୍ରେମୀଙ୍କୁ ତାଜୁବ କରିଦେବ । ପ୍ରକାଶ ପାଇଛି କି, ଗୁଜୁରାଟ ଟାଇଟନ୍ସ ପାଣ୍ଡ୍ୟାଙ୍କୁ ଛାଡ଼ିବା ପାଇଁ ୧୦୦ କୋଟି ନେଇଥିବା କୁହାଯାଉଛି । ଯଦିଓ ଏକଥାରେ କେତେ ସତ୍ୟତା ରହିଛି ତାର ସ୍ପଷ୍ଠୀକରଣ ମିଳିନାହିଁ । ତଥାପି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏହି ଏହି ଖବର ବେଶ ଭାଇରାଲ ହେବାରେ ଲାଗିଛି । ହାର୍ଦ୍ଦିକ ପାଣ୍ଡ୍ୟା ୧୫ରେ କିଣା ହୋଇଥିବାବେଳେ ତାଙ୍କ ପାଇଁ ୧୦୦ କୋଟି ଖର୍ଚ୍ଚ ହୋଇଥିବା ଏବଂ ସେ ଅଧିନାୟକ ହେବା ପାଇଁ ଚୁକ୍ତି କରିଥିବା କୁହାଯାଉଛି । ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳିଥିବା ପାଣ୍ଡ୍ୟା ଅନେକ ମ୍ୟାଚ୍ ଜିତାଇଛନ୍ତି । ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇରେ ସେ ଖେଳିଥିଲେ । ମାତ୍ର ୨୦୨୨ ଏବଂ ୨୦୨୩ ସିଜିନରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଅଧିନାୟକ ଭାବେ ଖେଳିଥିଲେ । ପ୍ରତମ ବର୍ଷରେ ଚାମ୍ପିୟନ ହୋଇଥିବାବେଳେ ଦ୍ବିତୀୟ ବର୍ଷ ଉପବିଜେତା ହୋଇଥିଲା ।