ପନିପରିବା ବଜାରରେ ଧୋନିଙ୍କ ବ୍ୟାନର, ଲୋକଙ୍କ ଚାହିଦା ବଢ଼ୁଛି…

ରାଞ୍ଚି: ରାଜଧାନୀ ରାଞ୍ଚିର ପରିବା ବଜାରରେ ଏବେ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଇଜା ଫାର୍ମ ହାଉସ ପନିପରିବାର ଚାହିଦା ବୃଦ୍ଧି ପାଇଛି । ଧୋନିଙ୍କ ଫାର୍ମ ହାଉସରୁ ପ୍ରତିଦିନ ତାଜା ପନିପରିବା ରାଜଧାନୀର ବଜାରରେ ପହଞ୍ଚୁଛି । ପନିପରିବା ବଜାରରେ ଏଥିପାଇଁ ଆଉଟଲେଟ୍ ସ୍ଥାପନ କରାଯାଇଛି, ଯେଉଁଠାରେ ଧୋନିଙ୍କ ଚିତ୍ର ଥିବା ବ୍ୟାନର ଲଗାଯାଇଛି । ଏହି ବ୍ୟାନରରେ ଦୁଗ୍ଧ, ତାଜା ପନିପରିବା ଏବଂ କାଡ଼କନାଥ କୁକୁଡ଼ା ଅଣ୍ଡା ବିକ୍ରି କରାଯାଉଥିବା ଲେଖାଯାଇଛି । ଏହି ଷ୍ଟଲଗୁଡିକରେ ଟମାଟୋ ୪୦ ଟଙ୍କା ପ୍ରତି କିଲୋଗ୍ରାମ ମିଳୁଥିବା ବେଳେ ୧୦ ଟଙ୍କାରେ କୋବି ବିକ୍ରି କରାଯାଉଛି । ସେହିଭଳି ବ୍ରୋକୋଲି ମଧ୍ୟ ମାତ୍ର ୩୦ ଟଙ୍କା ମୂଲ୍ୟରେ ଏଠାରେ ବିକ୍ରି ହେଉଛି ।

Ranchi Dhoni Vegetable

ରାଞ୍ଚିର ଏହି ଦୈନିକ ବଜାରରେ ଧୋନିଙ୍କ ଫାର୍ମ ହାଉସର ପନିପରିବା ବିକ୍ରି କରୁଥିବା ଅର୍ଶଦ ଆଲାମ କହିଛନ୍ତି ଯେ,  ଧୋନିଙ୍କ ଫାର୍ମ ହାଉସରେ ଥିବା ପନିପରିବା ସମ୍ପୂର୍ଣ୍ଣ ଜୈବିକ, ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ରହିଥାଏ । ତେଣୁ ରାଜଧାନୀ ବଜାର ସହିତ ଗ୍ରାମାଞ୍ଚଳର ପନିପରିବା ବିକ୍ରେତାଙ୍କ ମଧ୍ୟରେ ଏହି ପନିପରିବା ପାଇଁ ଆଗ୍ରହ ରହିଛି । ଧୋନିଙ୍କ ଫାର୍ମ ହାଉସ ପନିପରିବାର ଚାହିଦା ଏଭଳି ରହିଛି ଯେ, ପରିବା ବ୍ୟବସାୟୀମାନେ ଗୋଟିଏ ଦିନ ପୂର୍ବରୁ ଫୋନ୍‌ କରି ଅର୍ଡର ଦେଉଛନ୍ତି ।

ଅର୍ଶଦ ଆଲାମ  ଆହୁରି କହିଛନ୍ତି ଯେ, ମହେନ୍ଦ୍ର ସିଂ ଧୋନିଙ୍କ ଇଜା ଫାର୍ମ ହାଉସରୁ ବାହାରୁଥିବା ପନିପରିବା ଦର ଅନ୍ୟମାନଙ୍କ ତୁଳନାରେ କମ୍‌ ରହୁଛି । କୋବି ୧୦ ଟଙ୍କା ପ୍ରତି କିଲୋଗ୍ରାମ ରହିଥିବା ବେଳେ ଟମାଟୋ ୨୮ ଟଙ୍କା ରହିଛି ।

Leave a Reply